ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ବହୁସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସହ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କାର୍ ଯୋଗେ ଦିଲ୍ଲୀରୁ ବାହାରିଥିଲେ। କିନ୍ତୁ, ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ହାଥରସ ଯିବା ନିମନ୍ତେ ଗ୍ରେଟର୍ ନଇଡ଼ାରୁ ବାହାରିଥିବା ରାସ୍ତାରେ ପୁଲିସ ସେମାନଙ୍କ କାରଗୁଡ଼ିକୁ ଅଟକାଇଥିଲା। ଏହାପରେ ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସେମାନଙ୍କ ସମର୍ଥକଙ୍କ ସହ ପଦଯାତ୍ରା ଆରମ୍ଭ କରିଥିଲେ। ମାତ୍ର ପୁଲିସ ୧୪୪ ଧାରା ଜାରି ହୋଇଥିବାରୁ ସେମାନଙ୍କୁ ଅଟକାଇଥିଲା। ଦିଲ୍ଲୀ-ନଇଡ଼ା ସୀମାନ୍ତରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ଘଟଣାରେ କେତେକ ପୁଲିସ କର୍ମଚାରୀ ରାହୁଲ୍ ଗାନ୍ଧୀଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ ବୋଲି ଅଭିଯୋଗ ହୋଇଛି।
ତଳେ ପଡ଼ିଯିବା ପରେ ରାହୁଲ ଗଣମାଧ୍ୟମକୁ କହିଥିଲେ, ‘ସାମାନ୍ୟ ଧକ୍କା ଲାଗିଛି। କିଛି ବଡ଼ କଥା ନୁହେଁ। ସମୟ ସମୟରେ ଏମିତି ଘଟଣାମାନ ଘଟିଥାଏ। ମୁଁ ଦଳିତ ପରିବାରଙ୍କୁ ଭେଟିବାକୁ ଚାହୁଁଥିଲି।’
ରାହୁଲ୍ କହିଛନ୍ତି ଯେ, ମୁଁ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ଠିଆ ହୋଇଛି। ମୁଁ ଏକୁଟିଆ ଚାଲି ଚାଲି ହାଥ୍ରସ୍ ଯିବାକୁ ଚାହୁଁଛି। ଧାରା ୧୪୪ ସର୍ବସାଧାରଣ ସମାବେଶକୁ ବିରୋଧ କରେ। ମୁଁ ଏକା ଏକା ହାଥ୍ରସ୍ ଯିବି। କେଉଁ ଆଇନ ଆଧାରରେ ଆପଣମାନେ ମୋତେ ଅଟକାଉଛନ୍ତି ?
ଏବେ ପୁଲିସ ରାହୁଲ୍ ଓ ପ୍ରିୟଙ୍କାଙ୍କୁ ଅଟକ ରଖିଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ କହିଛି ଯେ, ଉଭୟଙ୍କୁ ପୁଲିସ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/fallen-rahul-750x430-2.jpeg)