ନୂଆଦିଲ୍ଳୀ: ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ବେଳେ ରାଜନୀତି ବି ସରଗରମ ହୋଇ ଉଠିଛି। କିଛି ବି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପରକୁ ଆକ୍ଷେପ କରିବା ସାଧାରଣ କଥା। ନିକଟରେ ବି‌ଜେପି କୁକୁରକୁ ନେଇ କଂଗ୍ରେସକୁ କଟାକ୍ଷ କରିଛି।

Advertisment

ବିଜେପି ନିକଟରେ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ରାହୁଲ ଏକ କୁକୁରକୁ ବିସ୍କୁଟ୍‌ ଖୁଆଉଛନ୍ତି। ହେଲେ କୁକୁରଟି ଯେତେବେଳେ ବିସ୍କୁଟ୍‌ ଖାଉନାହିଁ  ସେହି ବିସ୍କୁଟ୍‌କୁ ରାହୁଲ ସେଠାରେ ଛିଡ଼ା ହୋଇଥିବା ଜଣେ ସମର୍ଥକଙ୍କ ହାତକୁ ବଢ଼ାଇ ଦେଉଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ରାହୁଲ ସଫେଇ ଦେଇ କହିଛନ୍ତି, ‘ମୁଁ କୁକୁର ଓ ମାଲିକଙ୍କୁ ପାଖକୁ ଡାକିଥିଲି। କୁକୁର ଗହଳି ‌ଦେଖି ଭୟଭୀତ ହୋଇଯାଇଥିଲା। ମୁଁ ତାକୁ ବିସ୍କୁଟ ଖୁଆଇବାକୁ ଚେଷ୍ଟା କରିଥିଲି କିନ୍ତୁ ସେ ଖାଇ ନଥିଲା।  ସେଥିପାଇଁ ମୁଁ ଉକ୍ତ ବିସ୍କୁଟକୁ ତାର ମାଲିକଙ୍କ ହାତକୁ ବଢ଼ାଇ ଦେଇଥିଲି।  ମାଲିକ ଯେତେବେଳେ କୁକୁରକୁ ସେହି ବିସ୍କୁଟ ଦେଇଥିଲେ ସେ ଖାଇ ଦେଇଥିଲା। ମୁଁ ଜାଣି ପାରୁନି ଏଥିରେ ଲୋକଙ୍କ କ’ଣ ସମସ୍ୟା ରହିଲା। କୁକୁର ବିସ୍କୁଟ ନଖାଇଲେ ବି ଦୋଷ କ’ଣ  ମୋର।’