ମୋଦୀ ଦେଶର ଅର୍ଥନୀତିକୁ ନଷ୍ଟ କରିଛନ୍ତି, ସେ କ୍ଷମା ମାଗନ୍ତୁ : ରାହୁଲ

ନୂଆଦିଲ୍ଲୀ : ଦୁଷ୍କର୍ମ ସଂପର୍କରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାରଦିନ ଆଉଥରେ ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ନାଁ ହେଉଛି ରାହୁଲ ଗାନ୍ଧି, ରାହୁଲ ସଭରକର ନୁହେଁ ଯେ ସେ କ୍ଷମା ମାଗିବେ ।

ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ଭାରତ ବଚାଓ ର‍୍ୟାଲିରେ ଭାଷଣ ଦେଇ ସେ କହିଛନ୍ତି ଯେ ମୋଦୀ ଓ ଅମିତ ଶାହା ଦେଶର ଅର୍ଥନୀତିକୁ ନଷ୍ଟ କରିଥିବାରୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ । ଦେଶର ଅର୍ଥନୀତି ପୂର୍ବରୁ ୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରୁଥିଲା, ଏବେ କିନ୍ତୁ ତାହା ୪ ପ୍ରତିଶତକୁ ଖସିଆସିଛି । ବିମୁଦ୍ରିକରଣ ଦେଶର ଅର୍ଥନୀତିକୁ ଏତେ କ୍ଷତି ପହଞ୍ଚାଇଥିଲା ଯେ, ଏପର୍ଯ୍ୟନ୍ତ ଦେଶ ସେଥିରୁ ସୁଧୁରି ପାରିନାହିଁ ।

ଗତ ଗୁରୁବାରଦିନ ଝାଡ଼ଖଣ୍ଡରେ ଏକ ନିର୍ବାଚନ ପ୍ରଚାରବେଳେ ରାହୁଲ ଗାନ୍ଧି କହିଥିଲେ ଯେ ମୋଦୀ କହୁଛନ୍ତି ‘ମେକ୍‌ ଇନ ଇଣ୍ଡିଆ’, କିନ୍ତୁ ପ୍ରକୃତରେ ତାହା ‘ରେପ୍‌ ଇନ୍‌ ଇଣ୍ଡିଆ’ ହୋଇଯାଇଛି । ବିଗତ କିଛି ମାସଧରି ସେ ବିନାୟକ ଦାମୋଦର ସଭରକରଙ୍କୁ ମଧ୍ୟ ସମାଲୋଚନା କରିଆସିଛନ୍ତି । ଗତ ସାଧାରଣ ନିର୍ବାଚନବେଳେ ରାହୁଲ କହିଥିଲେ ଯେ ସଭରକର ବ୍ରିଟିଶ ସରକାରଙ୍କୁ କ୍ଷମାପ୍ରାର୍ଥନା କରି ଜେଲ ଦଣ୍ଡରୁ ମୁକ୍ତି ପାଇଥିଲେ ।

ସମ୍ବନ୍ଧିତ ଖବର