ନୂଆଦିଲ୍ଲୀ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଟୁଇଟ୍‌ କରି ସେ ମୋଦୀ ଦେଇଥିବା ବିବାଦୀୟ ବୟାନ ଉପରେ ନିଜର ମତ ରଖିଛନ୍ତି ।

Advertisment

ସୂଚନା ମୁତାବକ, ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଶନିବାର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦୀ ରାଜୀବ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ରାଜୀବ ଗାନ୍ଧୀ ଭ୍ରଷ୍ଟାଚାରୀ ନମ୍ବର-୧ ହୋଇ ମୃତ୍ୟୁ ବରଣ କରିଥିଲେ ବୋଲି ବୟାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ତାଙ୍କର ବିବାଦୀୟ ବୟାନ ଆସିବା ପରେ ରବିବାର ନିଜ ଟୁଇଟ୍‌ର ଆକାଉଣ୍ଟକୁ ଯାଇ ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଟୁଇଟ୍‌ କରି ସେ ଲେଖିଛନ୍ତି, ମୋଦୀଜୀ ଯୁଦ୍ଧ ଶେଷ ହୋଇଛି । ଆପଣଙ୍କ କର୍ମ ଆପଣଙ୍କୁ ଅପେକ୍ଷା କରିଛି ।