ନୂଆଦିଲ୍ଲୀ : ବିଧିବଦ୍ଧ ଭାବେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ଏନେଇ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଲେଙ୍ଗାନାର ଏଆଇସିସି ପ୍ରଭାରୀ ତଥା ଓଡ଼ିଶାର ଏକମାତ୍ର ସିଡବ୍ଲ୍ୟୁସି ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାହୁଲ ଗାନ୍ଧୀ ଗତ ମାସରେ ନିର୍ବାଚନ ଫଳାଫଳ ଆସିବାପରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେଇଥିଲେ। ଯାହାକୁ ସେ ଆଜି ସାର୍ବଜନିକ କରିଛନ୍ତି। ତେବେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଦଳର ସଭାପତି ରଖିବାପାଇଁ ଉଦ୍ୟମ ଜାରି ରହିଛି। ଆଗାମୀ ସିଡବ୍ଲ୍ୟୁସି ବୈଠକରେ ରାହୁଲଙ୍କୁ ସଭାପତି ରହିବା ନେଇ ଅନୁରୋଧ କରାଯିବ। ସେ ପୁଣି କହିଛନ୍ତି ଯେ କଂଗ୍ରେସ ଦଳର କିଏ ସଭାପତି ରହିବ ଏହା ସିଡବ୍ଲ୍ୟୁସି, ରାଜ୍ୟ ପ୍ରଭାରୀ, ସବୁ ରାଜ୍ୟର ପିସିସି ତଥା ଏଆଇସିସି ସଭ୍ୟମାନେ ନିଷ୍ପତି ନେଇଥାନ୍ତି। ରାହୁଲ ସମସ୍ତଙ୍କର ପସନ୍ଦ ତାଙ୍କ ଛଡା ଦଳ ଆଉ କାହାକୁ ବିକଳ୍ପ ଭାବିନାହିଁ। ରାହୁଲ ତାଙ୍କ ଇସ୍ତଫାକୁ ପ୍ରତ୍ୟାହାର କରିନେବେ ବୋଲି ଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି।
ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପ୍ରତିକ୍ରିୟା
/sambad/media/post_attachments/wp-content/uploads/2019/07/rahul-gandhi_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)