ମୁଁ ଯେବେ ବି ମୁହଁ ଖୋଲେ ଭାବିଚିନ୍ତି କହେ: ରାହୁଲ

ଚଣ୍ଡୀଗଡ଼: ପଞ୍ଜାବରେ ବିଧାନସଭା ନିର୍ବାଚନ -୨୦୨୨ ପାଇଁ ଫେବୃଆରୀ ୨୦ ରେ ମତଦାନ ଅନୁଷ୍ଠିତ ହେବ | ମତଦାନ ପାଇଁ ଏକ ସପ୍ତାହରୁ କମ୍ ସମୟ ଥିବାରୁ ରାଜନୈତିକ ଦଳମାନେ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି | ପଞ୍ଜାବରେ ପୁଣି ଶାସନ କ୍ଷମତା ଦଖଲ କରିବାକୁ କଂଗ୍ରେସ ଜୋରଦାର ପ୍ରୟାସ କରୁଛି | ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ରାଜପୁରାରେ ଏକ ନିର୍ବାଚନ ରାଲିରେ ଭାରତୀୟ ଜନତା ପାର୍ଟି ଏବଂ ଆମ୍ ଆଦମୀ ପାର୍ଟିକୁ କଡ଼ା ଟକ୍କର ଦେଇଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ସରକାର ଗଠନ ହୁଏ ତେବେ ଆମେ ଡ୍ରଗ୍ସ ବିରୋଧରେ ଅନୁଷ୍ଠାନ ଖୋଲିବୁ। ବିଜେପି ସରକାର ପଞ୍ଜାବରେ ଆସିବାର ନାହିଁ | ସେମାନେ କାହିଁକି ସମୟ ନଷ୍ଟ କରୁଛନ୍ତି? ବୋଲି ରାହୁଲ କଟାକ୍ଷ କରିଛନ୍ତି | ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୩ରେ ଯେତେବେଳେ ମୁଁ ପଞ୍ଜାବରେ ଡ୍ରଗ୍ସ ସମସ୍ୟା ଉଠାଇଥିଲି ସେତେବେଳେ ମୋତେ ପରିହାସ କରାଯାଇଥିଲା। ଯେତେବେଳେ ମୁଁ ପାଟି ଖୋଲେ, ସେତେବେଳେ ବହୁତ ଭାବିଚିନ୍ତି କୁହେ |

ଆପଣ ଏହାକୁ ପସନ୍ଦ କରନ୍ତୁ ବା ନ କରନ୍ତୁ ମୁଁ ମିଥ୍ୟା ପ୍ରତିଶୃତି ଦେଇ ପାରିବି ନାହିଁ | କଂଗ୍ରେସ ସାଂସଦ କହିଛନ୍ତି ଯେ କରୋନା ସମୟରେ ମଧ୍ୟ ପ୍ରସ୍ତୁତି ପାଇଁ ମୁଁ ଅନେକ ଥର ଚେତାବନୀ ଦେଇଥିଲି। କିନ୍ତୁ ତା’ପରେ ମୋତେ ପରିହାସ କରାଗଲା | ମୁଁ ପ୍ରସ୍ତୁତି ବିଷୟରେ କହୁଥିଲି, ପ୍ରଧାନମନ୍ତ୍ରୀ ଥାଳି ବଜାଇବାକୁ କହିଥିଲେ।

ସମ୍ବନ୍ଧିତ ଖବର