ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ନିଜର ମଜାଳିଆ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି | ଆଉ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା | ଆଜି ସଂସଦରୁ ବାହାରକୁ ଆସୁଥିବା ବେଳେ ବାହାରେ ଠିଆ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ରାହୁଲ କଟାକ୍ଷ କରିଥିଲେ | ଆଉ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ରାହୁଲ ଏଥିରେ ବିଜେପିର ସୋସିଆଲ ମିଡିଆ ୱିଙ୍ଗକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଥିଲେ ଯେ ଯଦି, 'ମୁଁ ଆପଣଙ୍କୁ ଛୁଇଁଦେବି, ତେବେ ସେମାନେ କହିବେ ଯେ ମୁଁ ଆପଣଙ୍କ ପୋଷାକରେ ନାକ ପୋଛି ଦେଉଛି'।
#WATCH | "If I touch you now, they say I'm wiping my nose on your back. Utter nonsense. Have you seen that? That I am helping you over there, they're saying that I'm wiping my nose on you," says Congress MP Rahul Gandhi as he helps party chief Mallikarjun Kharge down the stairs. pic.twitter.com/l6qUSdfS0i
— ANI (@ANI) March 24, 2023
ମିଳିଥିବା ସୂଚନା ମୁତାବକ ଯେତେବେଳେ ରାହୁଲ ଗାନ୍ଧୀ ସଂସଦରୁ ବାହାରକୁ ଆସୁଥିଲେ, ସେତେବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀ ତାଙ୍କ ସହ ଥିଲେ। ରାହୁଲ ଖଡ଼ଗେଙ୍କ ହାତ ଧରି ପାହାଚରେ ଓହ୍ଲାଇଦେଉଥିଲେ | ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସେ ହାତ ଛାଡିଦେଇଥିଲେ ଆଉ ଖଡ଼ଗେଙ୍କୁ କହିଥିଲେ ଯେ "ଯଦି ମୁଁ ଆପଣଙ୍କୁ ଛୁଇଁଦେବି, ଏହି ଲୋକମାନେ କହିବେ ଯେ ମୁଁ ଆପଣଙ୍କ ପୋଷାକରେ ନାକ ପୋଛି ଦେଉଛି। ଆପଣ ମଧ୍ୟ ସେହି ଭିଡିଓ ଦେଖିଥିବେ, ଯେତେବେଳେ ମୁଁ ଆପଣଙ୍କୁ ସାହାଯ୍ୟ କରୁଥିଲି, ଏହି ଲୋକମାନେ କହୁଥିଲେ ମୁଁ ମୋ ନାକ ଆପଣଙ୍କ ପୋଷାକରେ ପୋଛି ଦେଉଛି। " ବାସ୍ତବରେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଦେଖାଯାଇଥିଲା ଯେ ଯେତେବେଳେ ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ସଂସଦ ଆଡକୁ ଯାଉଛନ୍ତି, ସେତେବେଳେ ସେ ମଲ୍ଲିକାର୍ଜୁନଙ୍କ କାନ୍ଧରେ ହାତ ରଖିଥିଲେ । କିଛି ସୋସିଆଲ ମିଡିଆ ୟୁଜର୍ସ ଭିଡିଓ ସେୟାର କରି କହିଥିଲେ ଯେ ରାହୁଲ ନାକ ପୋଛିବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ହାତ ରଖିଥିଲେ | କିଛି ୟୁଜର୍ସ ଏପରିକ ମଧ୍ୟ କହିଥିଲେ ଯେ ରାହୁଲ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଟିସୁ ପେପର ଭାବରେ ବିବେଚନା କରନ୍ତି।