ମୋଦୀ ସରକାର କୃଷକମାନଙ୍କୁ ପୁଞ୍ଜିପତିମାନଙ୍କର ଗୋଲାମ ବନାଇବାକୁ ଚାହୁଁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:  ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇସାରିଛି କୃଷି ବିଲ୍  । ହେଲେ ସଡ଼କଠାରୁ ସଂସଦ ଯାଏ ଏହି ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି କି ଏହି ବିଲ ସହାୟତାରେ ମୋଦୀ ସରକାର କୃଷକମାନଙ୍କୁ ପୁଞ୍ଜିପତିମାନଙ୍କର ଗୋଲାମ ବନାଇବାକୁ ଚାହୁଁଛନ୍ତି ।

କୃଷି ବିଲକୁ ନେଇ ରାଜ୍ୟସଭାରେ ଯୁକ୍ତି ତର୍କ ଚାଲିଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି କି ମୋଦୀ ସରକାରଙ୍କ କୃଷି ବିରୋଧୀ କଳା କାନୁନ୍ କୃଷକମାନଙ୍କର କୃଷି ବଜାରକୁ ଶେଷ କରିଦେବ । କୃଷକର ବଜାର ଶେଷ ହୋଇଗଲେ କିଭଳି ମିଳିବ ସର୍ବନିମ୍ନ ସହାୟକ ଦର ।  ଏହି ବିଧେୟକରେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି କାହିଁକି ରଖାଯାଇ ନାହିଁ ? ।  ଏହି ବିଲ୍ ମାଧ୍ୟମରେ ମୋଦୀଜୀ କୃଷକମାନଙ୍କୁ ପୁଞ୍ଜିପତି ମାନଙ୍କର ଗୋଲାମ ବନାଇବାକୁ ଯାଉଛନ୍ତି, ଯାହାଦ୍ୱାରା ଦେଶକୁ କେବେ ସଫଳତା ମିଳିବ ନାହିଁ ବୋଲି ସେ ଲେଖିଛନ୍ତି ।

ଏହାସହ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଯେଉଁ କଥା ଦେଇଥିଲେ  କି ତାଙ୍କ ସରକାର ଆସିଲେ କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବ ତାହା ଉପରେ କଟାକ୍ଷ କରିଛନ୍ତି ରାହୁଲ ଗାନ୍ଧୀ । ସେ ଲେଖିଛନ୍ତି କି ମୋଦୀ କୃଷକମାନଙ୍କ ପାଇଁ ଯେଉଁ କଳା କାନୁନ ଆଣିବାକୁ ଯାଉଛନ୍ତି ତା’ଦ୍ୱାରା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କୃଷକ ଓ ଶ୍ରମିକମାନେ କେବଳ ଆର୍ଥିକ ଶୋଷଣରେ ଶିକାର ହେବେ ।

 

ସମ୍ବନ୍ଧିତ ଖବର