କଶ୍ମୀର ଅଭ୍ୟନ୍ତରିଣ ମାମଲା, ପାକିସ୍ତାନ ଆତଙ୍କବାଦର ମୁଖ୍ୟ ସହଯୋଗକାରୀ: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: କଶ୍ମୀର ସ୍ଥିତି ସମ୍ବନ୍ଧରେ ଦେଶ ଏକଜୁଟ ହୋଇଥିବା କଥା ବୁଧବାର ଦିନ ସ୍ପଷ୍ଟ ଭାବେ କହିଛନ୍ତି ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ସେ ଆହୁରି କହିଛନ୍ତି ଯେ ଏଥିରେ କୌଣସି ବିଦେଶୀ ଦେଶ ହସ୍ତକ୍ଷେପ କରିବାର ସୁଯୋଗ ନାହିଁ ଏବଂ ପାକିସ୍ତାନ ହେଉଛି ‘ଆତଙ୍କବାଦର ମୁଖ୍ୟ ସହଯୋଗକାରୀ।

ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି: ଅନେକ ବିଷୟରେ ମୁଁ ଏ ସରକାରଙ୍କ ସହ ଏକମତ ନୁହେଁ। କିନ୍ତୁ, ଏକଥା ମୁଁ ସ୍ପଷ୍ଟ କରୁଛି: କଶ୍ମୀର ଭାରତର ଅଭ୍ୟନ୍ତର ମାମଲା ଆଉ ସେଥିରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ କିଂବା ଅନ୍ୟ କୌଣସି ବିଦେଶୀ ରାଷ୍ଟ୍ରର ସ୍ଥାନ ନାହିଁ।
ସେ ଆହୁରି କହିଛନ୍ତି: ଆତଙ୍କବାଦର ମୁଖ୍ୟ ସହଯୋଗୀ ଭାବେ ବିଶ୍ୱବିଦିତ ପାକିସ୍ତାନର ପ୍ରେରଣା ଓ ସମର୍ଥନ ପାଇଥିବାରୁ ଜମ୍ମୁ ଓ କଶ୍ମୀରରେ ହିଂସାକାଣ୍ଡ ଘଟୁଛି।

ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିନେଇ ତାହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଫଳରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏ ବିଷୟରେ ଆନ୍ତର୍ଜାତିକ ସମର୍ଥନ ପାଇବାକୁ ପାକସ୍ତାନ ଆପ୍ରାଣ ଉଦ୍ୟମ କରି ମଧ୍ୟ ସଫଳ ହେଉନାହିଁ।

ସମ୍ବନ୍ଧିତ ଖବର