ବରିଷ୍ଠ ନେତାଙ୍କ ପୁତ୍ର ମୋହ ଯୋଗୁଁ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି ବୋଲି କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ଶୋଚନୀୟ ପରାଜୟଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ଦୋଷ ନ ଦେଇ ବରଂ ଅନ୍ୟମାନଙ୍କୁ ଦୋଷ ଦେଇଛନ୍ତି। ରାହୁଲ ଦଳର ବରିଷ୍ଠ ନେତାଙ୍କ ପୁତ୍ର ମୋହକୁ ଦାୟୀ କରିଛନ୍ତି । ବରିଷ୍ଠ ନେତାମାନେ ପାଇଁ ଦଳର ହିତ ଅପେକ୍ଷା ପୁଅମାନଙ୍କ ହିତ ଉପରେଅଧିକ ଗୁରତ୍ବ ଦେଇଥିବା କହିଛନ୍ତି । ଏହାଫଳରେ ଦଳର ପରାଜୟ ଘଟିଛି ବୋଲି ସେ କହିଛନ୍ତି।

ରାହୁଲ ଦଳର ତିନି ପ୍ରମୁଖ ନେତା ଅଶୋକ ଗେହଲଟ, କମଲନାଥ ଓ ପି ଚିଦାମ୍ବରଙ୍କ ଉପରେ ବିଷୋଦଗାର କରିଛନ୍ତି। । ଯେଉଁ ରାଜ୍ୟରେ କଂଗ୍ରେସ ସରକାର ରହିଛି ସେଠାରେ ମଧ୍ୟ ଦଳ ଖରାପ ପ୍ରଦର୍ଶନ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପୁତ୍ର ନକୁଳ ନାଥଙ୍କୁ ପ୍ରାର୍ଥୀ କରିଥିଲେ । ଏଥିପାଇଁ ରାହୁଲ ଆଦୌ ସହମତି ପ୍ରକାଶ କରୁ ନ ଥିଲେ । ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁ ମଧ୍ୟ ଉଠାଇଛନ୍ତି । ସେ ବି ପୁଅକୁ ପ୍ରାର୍ଥୀ କରାଇଥିଲେ।

ସମ୍ବନ୍ଧିତ ଖବର