ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ତେଲ କଂପାନିଗୁଡ଼ିକ ଏଲ୍ପିଜି ଦାମ୍ରେ ବୃଦ୍ଧି ଘଟାଇଛନ୍ତି। ତୈଳ କଂପାନିଗୁଡ଼ିକ ୧୪.୨ କେଜିଆ ଅଣ ରିହାତି ଏଲ୍ପିଜି ସିଲିଣ୍ଡର୍ ଦାମ୍ରେ ୧୪୪ ଟଙ୍କା ୫୦ ପଇସାର ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଓଡ଼ିଶାରେ ଏହି ସିଲିଣ୍ଡର୍ର ଦାମ୍ ୮୯୫ ଟଙ୍କାକୁ ବୃଦ୍ଧି ପାଇଛି। ଦୀର୍ଘ ୬ ବର୍ଷ ପରେ ଏଲ୍ପିଜି ଦାମ୍ରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ତେବେ ଏହାକୁ ନେଇ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି | ରାହୁଲ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କର ଏକ ପୁରୁଣା ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି |
I agree with these members of the BJP as they protest the astronomical 150 Rs price hike in LPG cylinders. #RollBackHikepic.twitter.com/YiwpjPdTNX
— Rahul Gandhi (@RahulGandhi) February 13, 2020
ଏହି ଫଟୋରେ ରାହୁଲ ଦର୍ଶାଇଛନ୍ତି ଯେ କେନ୍ଦ୍ରରେ ଯେତେବେଳେ ୟୁପିଏ ସରକାର ଥିଲା ସେତେବେଳେ ଗ୍ୟାସ ଦ୍ୱାରା ବୃଦ୍ଧିକୁ ନେଇ ବିଜେପି ନେତ୍ରୀ ସ୍ମୃତି ଇରାନୀ ରାସ୍ତାକୁ ଓହ୍ଲାଇଥିଲେ | ୟୁପିଏ ସରକାର ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରି ଗରିବଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ସ୍ମୃତି କହିଥିଲେ | ଯାହାକୁ ମନେ ପକାଇଦେଇଛନ୍ତି ରାହୁଲ |
ଫଟୋ ମାଧ୍ୟମରେ ରାହୁଲ କହିଛନ୍ତି ଯେ ଏହି ପୁରୁଣା ଫଟୋରେ ଦିନେ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରୁଥିବା ବିଜେପି ନେତ୍ରୀ ଆଜି ଖୋଦ ଗ୍ୟାସ ଦ୍ୱାରା ବୃଦ୍ଧି ଘଟିଲେ ବି ତାହାକୁ ସମର୍ଥନ କରୁଛନ୍ତି | ଅବଶ୍ୟ ରାହୁଲ ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ କିଛି ନୂଆ କଥା ନୁହେଁ | ପୂର୍ବରୁ ମଧ୍ୟ ଦୁହେଁ ପରସ୍ପର ବିରୋଧରେ ବୟାନ ଦେଇଥିବାବେଳେ ୨୦୧୯ ନିର୍ବାଚନରେ କିନ୍ତୁ ରାହୁଲଙ୍କୁ ସ୍ମୃତି ହରାଇଦେଇଥିଲେ |