ଭାରତୀୟ ସେନାର ‘ଡଗ୍‌ ୟୁନିଟ୍‌’ର ଯୋଗ ଫଟୋକୁ ପରିହାସ କରି ସମାଲୋଚିତ ହେଲେ ରାହୁଲ

ନୂଆଦିଲ୍ଳୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ଭାରତୀୟ ସେନାର ‘ଡଗ୍‌ ୟୁନିଟ୍‌’ ଯୋଗ କରୁଥିବା ବେଳର ଫଟୋକୁ ଟ୍ଵିଟର୍‌ରେ ସେୟାର୍‌ କରି ପରିହାସ କରି ଫସି ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲଙ୍କ ଥଟା ତାଙ୍କୁ ଓଲଟା ମହଙ୍ଗା ପଡ଼ିଛି। ଟ୍ଵିଟର୍‌ ବ୍ୟବହାରକାରୀମାନେ ତାଙ୍କରି ନିଜ ଟ୍ଵିଟ୍‌ରେ ତାଙ୍କୁ ସମାଲୋଚିତ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ସେନା ଯବାନଙ୍କ ସହ ‘ଡଗ୍‌ ୟୁନିଟ୍‌’ ଯୋଗ କରୁଥିବା ବେଳର ଫଟୋ ସେୟାର୍‌ କରି ଲେଖିଛନ୍ତି ‘ନିୟୁ ଇଣ୍ଡିଆ’। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ନିୟୁ ଇଣ୍ଡିଆ’ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଲୋକପ୍ରିୟ ସ୍ଳୋଗାନ୍‌। ରାହୁଲ ସେହି ସ୍ଲୋଗାନ୍‌କୁ ବ୍ୟବହାର କରି ଥଟା କରିଛନ୍ତି।

 

ରାହୁଲ ସେନା ଯବାନ ଓ ‘ଡଗ୍‌ ୟୁନିଟ୍‌’ ଉପରେ ‘ନିୟୁ ଇଣ୍ଡିଆ’ ଶବ୍ଦ ପ୍ରୟୋଗ କରିଥିବା ହେତୁ ତାଙ୍କୁ ଅନେକ ନିନ୍ଦା କରିଛନ୍ତି। ରାହୁଲ ଏପରି ଟ୍ଵିଟ୍‌ କରି ଭାରତୀୟ ସେନାର ‘ଡଗ୍‌ ୟୁନିଟ୍‌’ ନା ଯବାନ କାହାକୁ ପରିହାସ କରିଛନ୍ତି ବୋଲି ପଶ୍ନ ଉଠିଛି।

ଖାଲି ସେତିକି ନୁହେଁ ବିଜେପିର କନିଷ୍ଠ ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ରାହୁଲଙ୍କର ଏପରି ଟ୍ଵିଟ୍‌ ପାଇଁ ତାଙ୍କୁ ନିନ୍ଦା କରି ଏକ ପ୍ରତି ଟ୍ଵିଟ୍‌ ଲେଖିଛନ୍ତି।

ସମ୍ବନ୍ଧିତ ଖବର