ଚଣ୍ଡୀଗଡ଼:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବର ପୂର୍ବତନ ବିଧାୟକ ଏବଂ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୌତ କୌର ସିଦ୍ଧୁଙ୍କୁ ଭଟିଣ୍ଡାରୁ ଏଥର ଲୋକସଭା ନିର୍ବାଚନ ଲଢ଼ିବାପାଇଁ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ନବଜୋତ ସିଂହ ସିଦ୍ଧୁ। ଏସଂପର୍କରେ ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଏଥିପାଇଁ ପ୍ରସ୍ତୁତ ନୁହନ୍ତି। ଏହା ଦଳପାଇଁ ବି ଶୁଭଙ୍କର ହେବ ନାହିଁ।ପଞ୍ଜାବର ଭଟିଣ୍ଡାରୁ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ହରସିମ୍ରତ୍ କୌର।

Advertisment

ଅପର ପକ୍ଷରେ ଚଣ୍ଡୀଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ନବଜୋତ କୌର ସିଦ୍ଧୁ ଆଶାୟୀ ଥିଲେ। କିନ୍ତୁ କଂଗ୍ରେସ ଚଣ୍ଡୀଗଡରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ କୁମାର ବଂଶଲଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି। ନିଜର ଅସନ୍ତୋଷ ପ୍ରକଟ ନ କରି ନବଜୋତ କୌର  କହିଛନ୍ତି, ‘ଯଦି କଂଗ୍ରେସ ତାଙ୍କ ଭଳି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥାନ୍ତା, ତେବେ ବେଶି ଖୁସି ହୋଇଥାନ୍ତି। ରାଜନୀତି ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞର ବୃତ୍ତିକୁ ମଧ୍ୟ ତ୍ୟାଗ କରିଛନ୍ତି। ପବନ ବଂଶଲଙ୍କ ଭଳି ବରିଷ୍ଠ ନେତାଙ୍କୁ ମୁଁ ସହଯୋଗ କରିବ।’ ସେ ଅହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ କର୍ମୀଙ୍କ ଭିତରେ ଅସନ୍ତୋଷ ରହିଛି । ତାକୁ ଦୂର କରିବା ତାଙ୍କର ପ୍ରଥମ କାମ।