ରାହୁଳ ଗାନ୍ଧୀ ସରକାରଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଥିଲେ : ଏସ୍‌ .ଏମ୍‌.କ୍ରୀଷ୍ଣା

ମହୀଶୂର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମନମୋହନ ସିଂହ ସରକାରରେ ବିଦେଶ ମନ୍ତ୍ରୀଥିବା ଏସ୍‌ .ଏମ୍‌.କ୍ରୀଷ୍ଣା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା କ୍ରୀଷ୍ଣା କହିଛନ୍ତି ଯେ ରାହୁଳ ଗାନ୍ଧୀ ସରକାରଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଥିଲେ। ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକଳାପ ତାଙ୍କୁ ଭଲ ନ ଲାଗିବାରୁ ସେ କଂଗ୍ରେସ ଦଳ ତ୍ୟାଗ କରିଥିଲେ ବୋଲି ଏସଏମ କ୍ରୀଷ୍ଣା କହିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା କାରଣରୁ ସେ ବୈଦେଶିକ ମନ୍ତ୍ରୀ ପଦବୀରୁ ବି ଇସ୍ତଫା ଦେଇଥିଲେ ବୋଲି କହିଛନ୍ତି କ୍ରୀଷ୍ଣା। କଂଗ୍ରେସର ମେଣ୍ଟ ସହଯୋଗୀ ପାର୍ଟିମାନଙ୍କ ଉପରେ ନିୟନ୍ତ୍ରଣ ରହୁ ନଥିଲା। ଏହି କାରଣରୁ ‘ୟୁପିଏ୨’ କାର୍ଯ୍ୟକାଳରେ ଟୁ ଜି ସ୍ପେକ୍ଟ୍ରମ୍‌,କମନେଓ୍ଵଲ୍‌ଥ ଓ କୋଇଲା ଦୁର୍ନୀତି ଆଦି ହୋଇଥିଲା।

ଭାଜପାରେ ସାମିଲ ହେବା ପରେ ମଧ୍ୟ କ୍ରୀଷ୍ଣା ସକ୍ରିୟ ରାଜନୀତିରୁ ପ୍ରାୟତଃ ଦୂରେଇ ଯାଇଛନ୍ତି। ତେବେ ସେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟାଙ୍କ ବିରୁଦ୍ଧରେ ଆୟୋଜିତ ଏକ ରାଲିରେ ଅବଶ୍ୟ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର