ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଏଭଳି ବୟାନ ଦେବା ରାହୁଲଙ୍କୁ ମହଙ୍ଗା ପଡ଼ିଛି !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଅଡୁଆ ବଢିଲା । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ରାହୁଲ ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡିଛି । ରାଷ୍ଟ୍ରୀୟ ମହିଳା ଆୟୋଗ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଛି । ରାହୁଲ ଗାନ୍ଧି ଏକ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଜଣେ ମହିଳାଙ୍କ ପଛରେ ଲୁଚୁଛନ୍ତି ବୋଲି ବୟାନ ଦେଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାଫେଲ ବିମାନ ସଉଦାରେ ଗଡ଼ବଡ଼ି ହୋଇଛି ବୋଲି ଅଭିଯୋଗ କରି ପ୍ରାୟ ସମୟରେ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ରାଫେଲ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ମୋଦି ଲୁଚୁଛନ୍ତି । ଏହାପରେ ମୋଦିଙ୍କଠୁ ଆରମ୍ଭ କରି ଅମିତ ଶାହା ଓ ଅନ୍ୟାନ୍ୟ ନେତା ରାହୁଲଙ୍କୁ ସମାଲୋଚନା କରିଥିଲେ। ଏହାସହ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା ଏନେଇ ଟୁଇଟ କରି ରାହୁଲଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଏବଂ ରାହୁଲ ନୋଟିସ କରାଯିବ ବୋଲି ରାଷ୍ଟ୍ରୀୟ ମହିଳା ଆୟୋଗର ଅଫିସିଆଲ ଟୁଇଟର ପେଜରେ ସୂଚନା ଜାରି କରାଯାଇଥିଲା ।

ସମ୍ବନ୍ଧିତ ଖବର