ନୂଆଦିଲ୍ଲୀ : ଶୁକ୍ରବାର ଦିନ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରି କହିଥିଲେ ଯେ ରବିବାର ରାତି ୯ଟା ବେଳେ ୯ ମିନିଟ୍ ପାଇଁ ସେମାନେ ଘରର ଦୁଆର ଅଥବା ବାଲକୋନିରେ ମହମବତି, ଦୀପ, ଟର୍ଚ ଅଥବା ମୋବାଇଲ ଲାଇଟ୍ ଜାଳିବେ । କରୋନାଭାଇରସ୍ ସୃଷ୍ଟ ଅନ୍ଧକାରରୁ ଆଲୋକ ଆଡ଼କୁ ମୁହାଁଇବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ । ତେବେ ମୋଦୀଜୀ ଦେଶବାସୀଙ୍କୁ କରିଥିବା ଏଭଳି ଅନୁରୋଧକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ | ଏକ ଫଟୋ ଟୁଇଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାମକୁ ସମାଲୋଚନା କରିଛନ୍ତି |
#Covid19 के विरुद्ध लड़ने वाले स्वास्थ्य क्षेत्र के डॉक्टर, नर्स, सफ़ाई कर्मचारी आदि सबका आभार व्यक्त करने के साथ ही, हमें ये भी याद रखना होगा कि अब तक सब को सुरक्षा उपकरण नहीं मिले हैं।बिना उपकरण के कई समर्पित कर्मचारी निरंतर जान जोखिम में डालने पर मजबूर हैं। pic.twitter.com/snZhszHHFW
— Rahul Gandhi (@RahulGandhi) April 5, 2020
ଫଟୋର କ୍ୟାପସନରେ ଲେଖା ଯାଇଛି କି, "କୋଭିଡ -୧୯ବିରୋଧରେ ଲଢ଼ୁଥିବା ସ୍ୱାସ୍ଥ୍ୟ କ୍ଷେତ୍ରର ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଇତ୍ୟାଦି ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଏପର୍ଯ୍ୟନ୍ତ ସମସ୍ତେ ସୁରକ୍ଷା ଉପକରଣ ପାଇ ନାହାଁନ୍ତି। ଉପକରଣ ବିନା ଅନେକ ଉତ୍ସର୍ଗୀକୃତ କର୍ମଚାରୀ କ୍ରମାଗତ ଭାବରେ ନିଜ ଜୀବନକୁ ବିପଦରେ ପକାଇ କାମ କରିଚାଲିଛନ୍ତି ବୋଲି ସେ ଲେଖିଛନ୍ତି | ଏହା ସହ ସାରା ବିଶ୍ବ ଏବଂ ଭାରତରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି, ତାହାକୁ ତୁଳନା କରି ଏକ ଫଟୋ ଟୁଇଟ କରିଛନ୍ତି | ସାରା ବିଶ୍ୱରେ ଯେଉଁଠି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସମସ୍ଥ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି, ଏଭଳି ପରିସ୍ଥିତିରେ ଭାରତରେ କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଦୀପ ଜାଳିବା, ଟର୍ଚ୍ଚ ଲାଇଟ ଲଗାଇବା ଏବଂ ତାଳି ମାରିବା ଭଳି କାମ କରାଯାଉଥିବା ନେଇ ସେ ଟୁଇଟ କରିଥିବା ଫଟୋରେ ଜଣାଇଛନ୍ତି |