ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି | ଦେଶର ଯୁବକମାନଙ୍କ ପାଖରେ ନିଯୁକ୍ତି ନଥିବାକୁ ନେଇ ସେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି | ନିଜ ଟ୍ୱିଟରରେ ପ୍ରକାଶିତ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, 'ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଦେଶର ଯୁବକମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ।
କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନୀତି ୧୪ କୋଟି ଲୋକଙ୍କୁ ବେରୋଜଗାର କରିଛି। ’ରାହୁଲ ଗାନ୍ଧୀ କହିଛନ୍ତି ଯେ ବିମୁଦ୍ରାକରଣ, ଭୁଲ ଜିଏସଟି ଏବଂ ତା’ପରେ ଲକଡାଉନ୍ ଯୋଗୁଁ ଭାରତର ଅର୍ଥନୀତି ନଷ୍ଟ ହୋଇଯାଇଛି |
देश के युवाओं के मन की बात:
रोज़गार दो, मोदी सरकार!आप भी अपनी आवाज़ युवा कॉंग्रेस के #RozgarDo के साथ जोड़कर, सरकार को नींद से जगाइये।
ये देश के भविष्य का सवाल है। pic.twitter.com/zOt6ng2T0M
— Rahul Gandhi (@RahulGandhi) August 9, 2020
ଏବେ ସତ୍ୟ ହେଉଛି ଭାରତ ଆଉ ତା’ର ଯୁବକମାନଙ୍କୁ ରୋଜଗାର ଦେଇପାରିବ ନାହିଁ | ବେରୋଜଗାର ପ୍ରସଙ୍ଗକୁ ଯୁବ କଂଗ୍ରେସ ସଂପୂର୍ଣ୍ଣ ଭାବେ ଉଠାଇବାକୁ ଯାଉଛି। ରାହୁଲ ଗାନ୍ଧୀ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣ ସମସ୍ତେ 'ରୋଜଗର ଦୋ' ଅଭିଯାନରେ ଯୋଗ ଦିଅନ୍ତୁ ଏବଂ ଦେଶର ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଯୁବ କଂଗ୍ରେସ ସହିତ କାର୍ଯ୍ୟ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/modi-rahul.jpg)