ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହ ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇମ୍ଫାଲସ୍ଥିତ ରାଜଭବନରେ ସେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଫେବ୍ରୁଆରି ୯ ତାରିଖରେ ଏନ୍ ବିରେନ୍ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏନ. ବିରେନ ସିଂହଙ୍କ ଇସ୍ତଫାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ରାହୁଲ ଗାନ୍ଧି କହିଛନ୍ତି, ପାଖାପାଖି ଦୁଇ ବର୍ଷ ଧରି ବିଜେପି ମୁଖ୍ୟମନ୍ତ୍ରୀ ବିରେନ ସିଂହ ମଣିପୁରରେ ବିଭାଜନ ସୃଷ୍ଟି କରିଛନ୍ତି। ହିଂସା, ଧନଜୀବନ ହାନି ଏବଂ ଭାରତର ଚିନ୍ତାଧାରା କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ରହିବାକୁ ଅନୁମତି ଦେଇଥିଲେ।

ବିରେନ୍ ସିଂହଙ୍କ ଇସ୍ତଫା ସୂଚାଉଛି ଯେ ଜନମତର ଚାପ, ସୁପ୍ରିମ୍ କୋର୍ଟଙ୍କ ତଦନ୍ତ ଏବଂ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାରଣରୁ ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ହେଉଛି ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଏବଂ ମଣିପୁରବାସୀଙ୍କ କ୍ଷତକୁ ଭଲ କରିବା ପାଇଁ କାର୍ଯ୍ୟ କରିବା।