ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ସାକ୍ଷାତକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ ଜୟଶଙ୍କର ଭାରତର ବୈଦେଶିକ ନୀତିକୁ ନଷ୍ଟ କରିବା ପାଇଁ ଏକ ସର୍କସ ଚଲାଉଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ଅନେକ କଂଗ୍ରେସ ନେତା ମଧ୍ୟ ତାଙ୍କୁ କଟାକ୍ଷ କରି କହିଛନ୍ତି ଯେ ସିନ୍ଦୁର ଅପରେସନ ସମୟରେ ଚୀନ ପାକିସ୍ତାନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା।
ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, "ମୁଁ ଭାବୁଛି ଚୀନର ବୈଦେଶିକ ମନ୍ତ୍ରୀ ଭାରତ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ-ଭାରତ ସମ୍ପର୍କରେ ସାମ୍ପ୍ରତିକ ବିକାଶ ବିଷୟରେ ଅବଗତ କରାଇବେ। ବୈଦେଶିକ ମନ୍ତ୍ରୀ ଏବେ ଭାରତର ବୈଦେଶିକ ନୀତିକୁ ନଷ୍ଟ କରିବା ପାଇଁ ଏକ ବଡ଼ ସର୍କସ ଚଲାଉଛନ୍ତି।"

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କୁ ଭେଟିଥିଲେ। ଜୁନ୍ ୨୦୨୦ରେ ଗାଲୱାନ ଉପତ୍ୟକାରେ ସାମରିକ ସଂଘର୍ଷ ପରେ ଦ୍ୱିପାକ୍ଷିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେବା ପରେ ଜୟଶଙ୍କରଙ୍କ ଏହା ପ୍ରଥମ ଚୀନ ଗସ୍ତ।