ପାଟ୍ନା: ବିହାରରେ ଭୋଟର ତାଲିକା ସଂଶୋଧନ ବିରୋଧରେ ଆଜି ବିହାର ବନ୍ଦ ରହିଛି। ବିହାର ବନ୍ଦର ପ୍ରଭାବ ଅନେକ ଜିଲ୍ଲାରେ ଦେଖିବାକୁ ମିଳିଛି। ରାଜଧାନୀ ପାଟ୍ନା ବ୍ୟତୀତ ଗୋପାଳଗଞ୍ଜ, ଦରଭଙ୍ଗା, ଆରା, କିଶାନଗଞ୍ଜ, ଗୟାଜୀ ଏବଂ ସାହରସା ସମେତ ଅନେକ ଜିଲ୍ଲାରେ ସମର୍ଥକମାନେ ତୀବ୍ର ପ୍ରଦର୍ଶନ କରିଛନ୍ତି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଟ୍ରେନଗୁଡ଼ିକୁ ଅଟକାଯାଇଥିଲା ଏବଂ ଅନ୍ୟ କେତେକ ରାସ୍ତାରେ ନିଆଁ ଲଗାଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଭୋଟର ତାଲିକା ସଂଶୋଧନ ବିରୋଧରେ ମହାଗଠବନ୍ଧନର ସହଯୋଗୀ ଦଳଗୁଡ଼ିକ ଏହି ବନ୍ଦ ଡାକରା ଦେଇଥିଲେ। ତେଣୁ, ପାଟ୍ନା ରାସ୍ତାରେ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବିହାର ମତଦାନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡିର ତେଜସ୍ୱୀ ଯାଦବ ନିର୍ବାଚୟ ଆୟୋଗ ବିରୋଧରେ ହୋଇଥିବା ରାଲିର ନେତୃତ୍ୱ ନେଇଛନ୍ତି।
ଏହାବ୍ୟତୀତ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ହୋଇଛି। ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ଧାରଣା ହୋଇଯାଇଛି। ଧର୍ମଘଟ ପାଇଁ ରାସ୍ତାକୁ ଓହ୍ଲାଇବେ ଦେଶର ୨୫ କୋଟିରୁ ଅଧିକ ଶ୍ରମିକ । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବାଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସାମିଲ ।
ତେବେ ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/09/new-project-2025-07-09-13-37-46.jpg)