ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ବିବାଦୀୟ ବୟାନ ଦେବା ଘଟଣା: ମୁଁ କେବଳ ବ୍ୟଙ୍ଗ କରିଥିଲି ବୋଲି ଅଦାଲତଙ୍କୁ ଜଣାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଏନେଇ ଗୁଜୁରାଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାକୁ ନୋଟିସ୍ ମିଳିବା ପରେ ଆଜି ସୁରଟରେ ପହଞ୍ଚିଥିଲେ ରାହୁଲ । ମୋଦୀଙ୍କ ବିରୋଧରେ ଦେଇଥିବା ଆପତ୍ତି ଜନକ ବୟାନ ପରେ ଏହାକୁ ନେଇ ବିଜେପିର ଜଣେ ବିଧାୟକ କୋର୍ଟରେ ଅବମାନନା ମାମଲା ଦାୟର କରିଥିଲେ । ଏହି ମାମଲାରେ ଆଜି ରାହୁଲ ଗାନ୍ଧୀଙ୍କ ଶେଷ ବୟାନ ରେକର୍ଡ କରାଯାଇଛି | ସେ ଅଦାଲତଙ୍କ କହିଛନ୍ତି ଯେ, “ମୁଁ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବାକୁ ଚାହିଁନଥିଲି | ନିର୍ବାଚନ ସମୟରେ ମୁଁ କେବଳ ବ୍ୟଙ୍ଗ କରିଥିଲି। ମୋର ଏ ବିଷୟରେ ଅଧିକ ମନେ ନାହିଁ” |

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ ‘ନୀରବ ମୋଦି, ଲଳିତ ମୋଦି,ନରେନ୍ଦ୍ର ମୋଦି ଏସବୁ ଲୋକଙ୍କ ସାଙ୍ଗିଆ ମୋଦି ଓ ସବୁ ଚୋରଙ୍କ ନାମ ଶେଷରେ ମୋଦି କାହିଁକି ରହିଛି ବୋଲି ସେ ଜନତାଙ୍କୁ ପ୍ରଶ୍ନ କରିଥିଲେ’ । ଯେତେବେଳେ ସେ ଏଭଳି ବିବାଦୀୟ ବୟାନ ଦେଲେ, ସେତେବେଳେ ସେ କଂଗ୍ରେସର ଅଧ୍ୟକ୍ଷ ଥିଲେ । ତାଙ୍କର ଏଭଳି ବୟାନ ପରେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ୨୦୧୯ ଏପ୍ରିଲ ମାସରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୯୯ ଓ ୫୦୦ ଅଧିନରେ ଅଭିଯୋଗ ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ କି ୨୦୧୯ରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ମୋଦି ସମୁଦାୟଙ୍କୁ ଚୋର ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି।

ସମ୍ବନ୍ଧିତ ଖବର