ରାହୁଲ ଗାନ୍ଧି ହେବେ ଲୋକସଭାରେ ବିରୋଧୀ ଦଳ ନେତା, ଘୋଷଣା କଲା କଂଗ୍ରେସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାୟବରେଲି ସାଂସଦ ରାହୁଲ ଗାନ୍ଧି ହେବେ ବିରୋଧୀ ଦଳ ନେତା । ଏ ନେଇ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ଘୋଷଣା କରାଯାଇଛି । ଏହା ସହିତ ବିରୋଧୀ ଦଳ ନେତାକୁ ନେଇ ଚାଲିଆସିଥିବା କଳ୍ପନାଜଳ୍ପନାର ଅବସାନ ହୋଇଛି ।

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବେ। କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରୋଟେମ୍ ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହେବେ।

ଜୁନ୍ ୯ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ସିଡବ୍ଲ୍ୟୁସି ବୈଠକ ପରେ ରାହୁଲ ଗାନ୍ଧି କହିଥିଲେ ଯେ ଏ ବିଷୟରେ ଚିନ୍ତା କରିବା ପାଇଁ ତାଙ୍କୁ କିଛି ସମୟ ଦରକାର, ଏହା ପରେ ହିଁ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର