ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଯୋଗୁଁ ପୁଣି କଂଗ୍ରେସର ନେତୃତ୍ୱ ନେବେ ରାହୁଳ ଗାନ୍ଧୀ!

ନୂଆଦିଲ୍ଲୀ: ରାହୁଳ ଗାନ୍ଧୀଙ୍କୁ ପୁଣି ଥରେ ଦଳର ମୁଖ୍ୟ କରାଯିବା ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ଏପ୍ରିଲ୍‌ ମାସରେ ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ର ପୂର୍ଣ୍ଣ ଅଧିବେଶନ ବସିପାରେ। ରାହୁଳଙ୍କୁ ପୁନର୍ବାର କଂଗ୍ରେସର ମୁଖ୍ୟ କରାଯାଉ ବୋଲି ଦଳର ବରିଷ୍ଠ ସଦସ୍ୟମାନେ ଦାବି କରୁଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟସ୍ତ ହେବା ପରେ ରାହୁଳ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ। ସେବେଠାରୁ ସୋନିଆ ଗାନ୍ଧୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

Image Source: Latestly

ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଉଥିବାରୁ ଦଳର କାର୍ଯ୍ୟକଳାପ ବହୁ ମାତ୍ରାରେ ପ୍ରଭାବିତ ହେଉଛି। ତେଣୁ ଦଳକୁ ଚଳଚଞ୍ଚଳ କରିବାକୁ ଜଣେ ସକ୍ରିୟ ଅଧ୍ୟକ୍ଷଙ୍କର ଆବଶ୍ୟକତା ରହିଛି। ନିକଟରେ ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ତା’ର ସ୍ଥିତି ହରାଇବା ପରେ ଏ କଥା ପରିଲକ୍ଷିତ ହୋଇଛି।

କିନ୍ତୁ, ରାହୁଳ ପୁଣି ଥରେ ଦଳର ମୁଖ୍ୟ ହେବାକୁ ଚାହାଁନ୍ତି କି, ନାହିଁ, ତାହା ସେ କହିନାହାନ୍ତି।

ସମ୍ବନ୍ଧିତ ଖବର