ନୂଆଦିଲ୍ଲୀ: ଗୁରୁବାର ଦିନ ସମସ୍ତ କଂଗ୍ରେସ ସାଂସଦ ଏବଂ ନେତାମାନଙ୍କ ସହ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏକ ପ୍ରତିବାଦ ଯାତ୍ରାରେ ରାଷ୍ଟ୍ରପତି ଭବନକୁ ଯିବେ। ସେଠାରେ ସେ କୃଷି ଆଇନ ବିରୋଧରେ ୨ କୋଟି ଦସ୍ତଖତ ସମ୍ବଳିତ କିଛି ସ୍ମାରକପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିବେ।

Advertisment

ପ୍ରବଳ ଶୀତରେ ପ୍ରାୟ ମାସେ ହେବ ଦିଲ୍ଲୀ ସୀମାନ୍ତରେ ପ୍ରତିବାଦ କରୁଥିବା କୃଷକମାନଙ୍କୁ ସମର୍ଥନ କରି ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦଙ୍କ ପ୍ରତିନିଧି ଦଳ ପାର୍ଲାମେଣ୍ଟର୍‌ର ବିଜୟ ଚୌକରୁ ବାହାରି ରାଷ୍ଟ୍ରପତି ଭବନକୁ ଯିବେ।

publive-image Image Courtesy of Hindustan Times

ପାର୍ଲାମେଣ୍ଟ୍‌ରେ ଆଗତ ହେବା ସମୟରୁ ଏହି ଆଇନକୁ ବିରୋଧ କରୁଥିବା କୃଷକ, କୃଷି ଶ୍ରମିକ ଏବଂ କୃଷିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିବିଶେଷଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ସଂଗ୍ରହ କରିବାକୁ କଂଗ୍ରେସ ଦେଶବ୍ୟାପୀ ଅଭିଯାନ ଚଳାଇଥିଲା।

ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ପ୍ରାୟ ଦୁଇ କୋଟି ଦସ୍ତଖତକାରୀ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଗୁଡ଼ିକୁ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବେ।