ନୂଆଦିଲ୍ଲୀ: ଆଜି ଶ୍ରୀନଗର ଯିବେ ରାହୁଲ ଗାନ୍ଧୀ । ପହଲଗାମ୍ ଆତଙ୍କୀ ହମଲା ପରେ ଆଜି ଜମ୍ମୁ କାଶ୍ମୀରର ଶ୍ରୀନଗର ଗସ୍ତ କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆତଙ୍କୀ ହମଲା ପରେ ଆମେରିକା ଗସ୍ତରେ ଥିବା ରାହୁଲ ନିଜ ଗସ୍ତକୁ କାଣ୍ଟଛାଣ୍ଟ କରି ଗତକାଲି ସକାଳେ ଦିଲ୍ଲୀ ଫେରିଥିଲେ ଏବଂ ସଂଧ୍ୟାରେ ସର୍ବଦଳୀୟ ବୈଠକରେ ଯୋଗଦେଇଥିଲେ । ଆଉ ଆଜି ଶ୍ରୀନଗର ଯାଇ ଘଟଣା ବାବଦରେ ଅନୁଧ୍ୟାନ କରିବେ ।
ତେବେ ସର୍ବଦଳୀୟ ବୈଠକରେ କେନ୍ଦ୍ର ଯାହା ଆକ୍ସନ ନେବ ତାକୁ ସମର୍ଥନ ଦେବାକୁ କହିଥିଲେ ରାହୁଲ । ଆକ୍ରମଣ ଘଟଣାକୁ ସବୁ ଦଳ ନିନ୍ଦା କରିଛନ୍ତି । କେନ୍ଦ୍ର ଯାହା କାର୍ଯ୍ଯାନୁଷ୍ଠାନ ନେବ ଆମର ପୂର୍ଣ୍ଣ ସମର୍ଥନ ରହିବ ବୋଲି କାଲି କହିଥିଲେ ରାହୁଲ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/25/Q7dhXmNDuMFtphEgQPPd.jpg)