ନୂଆଦିଲ୍ଲୀ : ଗତକାଲି ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ବାଜିମାତ କରିଥିଲେ । ବିପୁଳ ଭୋଟରେ ବିଜୟୀ ହେବା ପରେ ରାହୁଲଙ୍କୁ ଆମେଥିରୁ ବଡ଼ ଝଟକା ମିଳିଥିଲା । କିନ୍ତୁ ଓ୍ଵାୟନାଡରେ ତାଙ୍କୁ ସଫଳତା ମିଳିଥିଲା । ତେବେ ଏତେ ସବୁ ପ୍ରଚାର ପ୍ରସାର ପରେ ମଧ୍ୟ କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରୁ ରାହୁଲ ହାରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।
Congress followers to #RahulGandhi#Congress#ElectionResults2019pic.twitter.com/jpf81YORIb
— Chintan Buch (@chintanjbuch) May 23, 2019
କିଛି ଲୋକ ‘ରାହୁଲକେ ଅଚ୍ଛେ ଦିନ ନେହିଁ ଚଲ ରହେ ହେ’ ବୋଲି କହିବା ସହ କିଛି ଲୋକ, ‘ଇନ୍କୋ ଆତା ହି ନେହିଁ ହେ, ଇନ୍ସେ ହୋତା ହି ନେହିଁ ହେ’ କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଯେଉଁଭଳି ଭାବରେ ଟ୍ରୋଲ କରାଯାଉଛି, ସେଥିରୁ ଲୋକେ ତାଙ୍କ ରାଜନୈତିକ ଜୀବନ ଛାଡ଼ି ବ୍ୟକ୍ତିଗତ ଜୀବନରେ ଦଖଲ ଦେଉଥିବା ମନେହେଉଛି । ତେବେ ଓ୍ଵାୟନାଡ଼ରୁ ବିଜୟ ଲାଭ କରି ରାହୁଲ ନିଜ ବୁଡ଼ି ଯାଉଥିବା ଡ଼ଙ୍ଗାକୁ ବଞ୍ଚାଇ ନେଇଥିବା ବିପକ୍ଷ ଦଳ କହିବା ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/xrahulgandhi-1558690676.jpg.pagespeed.ic_.55O9JmJ7A2.jpg)