ମୋଦୀଙ୍କୁ ପଛରେ ପକାଇଲେ ରାହୁଲ, ଟୁଇଟ୍‌ର ବଢ଼ିଲା ଲୋକପ୍ରିୟତା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପର୍ଯ୍ୟାୟ ବଢ଼ି ଚାଲିଥିବା ବେଳେ ନିର୍ବାଚନୀ ପ୍ରଚାର ମଧ୍ୟ ଜୋରଦାର ହେବାରେ ଲାଗିଛି । ଏ ମଧ୍ୟରେ ବିଭିନ୍ନ ଦଳ ପରସ୍ପରକୁ ସମାଲୋଚନା କରି ଭୋଟ୍‌ ହାତେଇବା ଯୋଜନାରେ ଅଛନ୍ତି । ତେବେ କିଛି ଦିନ ତଳେ ମୋଦୀଙ୍କ ଲୋକପ୍ରିୟତା ନେଇ ଖବର ମିଳିଥିବା ବେଳେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ ପଛରେ ପକାଇଥିବା ଜଣା ପଡ଼ିଛି । ଟୁଇଟ୍‌ରରେ ରାହୁଲଙ୍କ ଟୁଇଟ୍‌ର ଲୋକପ୍ରିୟତା ମୋଦୀଜୀଙ୍କ ଟୁଇଟ୍‌ର ଲୋକପ୍ରିୟତାଠାରୁ ଢ଼େର ଅଧିକ ବୋଲି ଦେଖା ଯାଇଛି । ଇଣ୍ଡିଆ ଟୁଡେ ପକ୍ଷରୁ ସବୁ ଲୋକସଭା ସାଂସଦ ଏବଂ ଦେଶର ମନ୍ତ୍ରୀମାନଙ୍କ ଟୁଇଟ୍‌ର ଅକାଉଣ୍ଟ ଯାଞ୍ଚ କରାଯିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

India Today

ଯାଞ୍ଚ ରିପୋର୍ଟ ଅନୁଯାୟୀ, ଟୁଇଟ୍‌ରରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦୀ ଥିବା ବେଳେ ରାହୁଲ ଗାନ୍ଧୀ କରୁଥିବା ଟୁଇଟ୍‌ର ଲୋକପ୍ରିୟତା ମୋଦୀଙ୍କଠାରୁ ଢ଼େର ଅଧିକ । ରାହୁଲ ଗାନ୍ଧୀଙ୍କ ଟୁଇଟ୍‌କୁ ୭୬୬୧ଥର ରି-ଟୁଇଟ୍‌ କରାଯାଉଥିବା ବେଳେ ମୋଦୀଙ୍କ ଟୁଇଟ୍‌ରେ ମାତ୍ର ୨୯୮୪ଟି ରି-ଟୁଇଟ୍‌ କରାଯାଇଥାଏ । ରାହୁଲ ଏବଂ ମୋଦୀଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ସମ୍ବନ୍ଧିତ ଖବର