ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଜେପି ଏହାର ତୀବ୍ର ପ୍ରତିକ୍ରିୟା ରଖିଛି। ବିଜେପି ରାହୁଲ ଗାନ୍ଧୀଙ୍କୁ କଂଗ୍ରେସରେ ସବୁଠାରୁ ବୁଦ୍ଧିମାନ ମୂର୍ଖ ବୋଲି କହିଛିି। ବାଣିଜ୍ୟ ଚୁକ୍ତି ନେଇ ରାହୁଲଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିବା ସହିତ ସଂସଦୀୟ ପରମ୍ପରାକୁ ସେ ସମ୍ପୂର୍ଣ୍ଣ ନିମ୍ନ ସ୍ତରକୁ ନେଇଯାଉଥିବା ଅଭିଯୋଗ କରିଛନ୍ତି।

Advertisment

ରାହୁଲ କହିଥିଲେ, "ସରକାର ଭାରତ ମାତାଙ୍କୁ ବିକ୍ରି କରିଦେଇଛନ୍ତି। ଏହାକୁ ସେ ଆମେରିକା ସମ୍ମୁଖରେ ଭାରତର ସମ୍ପୂର୍ଣ୍ଣ ସରେଣ୍ଡର" ବୋଲି କହିଥିଲେ। ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ପରେ ବିଜେପିର ଜାତୀୟ ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, ବିରୋଧୀ ଦଳ ନେତା ରାଜନୈତିକ ଆଲୋଚନା ଏବଂ ସଂସଦୀୟ ଆଚରଣର ମାନଦଣ୍ଡକୁ ନିମ୍ନସ୍ତରକୁ ନେଇ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନିରାଶ ହୋଇ ବାରମ୍ବାର ଭିତ୍ତିହୀନ ଏବଂ ମିଥ୍ୟା ଅଭିଯୋଗ ଲଗାଉଥିବା ଦ୍ବିବେଦୀ କହିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ," କଂଗ୍ରେସ ସାଂସଦ ସଂସଦରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ କରି କକ୍ଷତ୍ୟାଗ କରି ଚାଲିଯିବେ। କିନ୍ତୁ ମନ୍ତ୍ରୀମାନେ କ’ଣ ଜବାବ ରଖୁଛନ୍ତି ତାହା ସେ ଶୁଣନ୍ତି ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମ ପାଖରେ ବିରୋଧୀ ଦଳ ନେତା ପଦବୀ ପାଇଁ ଉପଯୁକ୍ତ ଗମ୍ଭୀର ସ୍ୱଭାବର ବ୍ୟକ୍ତି ନାହାନ୍ତି। ଗୃହ ବାହାରେ ରାହୁଲ ଗାନ୍ଧୀଙ୍କ ମିଛର ପ୍ରତିବାଦ କରିବାକୁ ଦଳ ଏକମତ, କିନ୍ତୁ ଗୃହ ଭିତରେ ଏକ ନୋଟିସ ଜାରି କରାଯିବ। ଆମେ ବାଚସ୍ପତିଙ୍କୁ ନୋଟିସ ପ୍ରଦାନ କରିବୁ। ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ପ୍ରମାଣ ଦେବେ, କିନ୍ତୁ ମୁଁ ଜାଣେ ସେ ପ୍ରମାଣ ଦେଇପାରିବେ ନାହିଁ କାରଣ ସେ ମିଛ କହିଛନ୍ତି" ବୋଲି ରିଜିଜୁ କହିଛନ୍ତି।

ଆହୁରି ପଢନ୍ତୁ - Ajit Pawar Plane Crash: ଅଜିତ ପାୱାରଙ୍କ ମୃତ୍ୟୁ ନେଇ ବଡ଼ ଖୁଲାସା; ଶେଷ ମୁହୂର୍ତ୍ତରେ ବଦଳିଥିଲେ ପାଇଲଟ୍‌