କେରଳ ବନ୍ୟା: ରାହୁଲ ଗାନ୍ଧି ମତ୍ସ୍ୟଜୀବୀଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି

ତିରୁବନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର କେରଳ ବନ୍ୟା ପରିସ୍ଥିତି ଦେଖିବା ପାଇଁ କେରଳଗସ୍ତରେ ଯାଇଥିଲେ। ସେ ଚେଙ୍ଗନୁରସ୍ଥିତ ଆଶ୍ରୟ ଶିବିରରେ ଯାଇ ବନ୍ୟା ପ୍ରପୀଡିତଙ୍କ ସହ କଥା ହୋଇ ସେମାନଙ୍କ ଦୁଃଖ ବୁଝିଥିଲେ। କଂଗ୍ରେସ ଅଧ୍ୟକ୍ଷ ବୁଧବାର ଓ୍ଵାୟନାଡ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। କଂଗ୍ରେସ ଅଧ୍ୟକ୍ଷ ଅଲଗାଅଲଗା କ୍ୟାମ୍ପ ବୁଲି ଲୋକମାନଙ୍କୁ ଭେଟିଥିଲେ ସମସ୍ତଙ୍କ ଦୁଃଖ କଷ୍ଟ କଥା ପଚାରି ବୁଝିଥିଲେ। ଏଥିସହିତ ରାହୁଲ ଗାନ୍ଧି ମତ୍ସ୍ୟଜୀବୀଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି କି ଯଦି ତାଙ୍କ ସରକାର ସତ୍ତାକୁ ଫେରି ଆସେ ତେବେ ସେ ଅଲଗା ଭାବେ ସତ୍ୟପାଳନ ମନ୍ତ୍ରାଳୟର ସ୍ଥାପନ କରିବେ।

କେରଳଗସ୍ତ ସମୟରେ ରାହୁଲ ଗାନ୍ଧି ସେହି ମତ୍ସ୍ୟଜୀବୀଙ୍କୁ ସମ୍ମାନୀତ କରିଥିଲେ ଯିଏକି ବନ୍ୟା ସମୟରେ ନିଜ ଜୀବନକୁ ଖାତିର ନକରି ଲୋକମାନଙ୍କୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ପିଠି ଦେଖାଇ ଦେଇଥିଲେ। ମଲପ୍ପୁରମର ଜେସଲ କେପିଙ୍କ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ କେପିଙ୍କ ପାଖକୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଥିଲା।

ସମ୍ବନ୍ଧିତ ଖବର