ଦିଲ୍ଲୀରେ ଦଙ୍ଗା ଅଞ୍ଚଳ ବୁଲିଲେ ରାହୁଲ

ନୂଆଦିଲ୍ଲୀ : କଂ‌ଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ଅଞ୍ଚଳ ବୁଲିଛନ୍ତି। କଂଗ୍ରେସ ପ୍ରତିନିଧି ଦଳର ନେତୃତ୍ବ ନେଇ ରାହୁଲ ଆଜି ଉତ୍ତରପୂର୍ବ ଦିଲ୍ଲୀର ଦଙ୍ଗା ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କ ସହ ରାହୁଲ କଥା ହୋଇଛନ୍ତି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ରାହୁଲଙ୍କ ସହ ଦଙ୍ଗା ଅଞ୍ଚଳ ବୁଲିଛନ୍ତି। ରାହୁଲ କହିଛନ୍ତି, ଦଙ୍ଗା ପାଇଁ ସାରା ବିଶ୍ବରେ ଭାରତ ପ୍ରତି ନକରାତ୍ମକ ଭାବନା ବଢ଼ିଛି। ହିଂସା ଯୋଗୁଁ ଲୋକଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ କେବଳ ଜଣେ ହିଁ ଏଥିରୁ ଖୁବ୍‌ ଲାଭବାନ୍‌ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ ମଧ୍ୟ ଆଜି ଦଙ୍ଗା ଅଞ୍ଚଳରେ ଏକ ସ୍କୁଲ୍‌ ବୁଲିଛନ୍ତି। ଏହି ସ୍କୁଲ୍‌ରେ ଦଙ୍ଗାକାରୀମାନେ ନିଆଁ ଲଗାଇ ଦେଇଥିଲେ। ରାହୁଲ କହିଛନ୍ତି, ଏହି ସ୍କୁଲ୍‌ ଭାରତର ଭବିଷ୍ୟତ ଥିଲା। କିନ୍ତୁ ଘୃଣା ଏବଂ ହିଂସା ପାଇଁ ଏହା ଧ୍ବଂସ ହୋଇଗଲା।

ସମ୍ବନ୍ଧିତ ଖବର