ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ୯ବର୍ଷ ବାଳକର ଇଚ୍ଛାକୁ ପୂରଣ କରିଛନ୍ତି। ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା କରାଯାଉଛି।

Advertisment

ରାହୁଲ ଗାନ୍ଧୀ ନିର୍ବାଚନ ବର୍ତ୍ତମାନ ପ୍ରଚାର ବ୍ୟସ୍ତ ଥିବା ବେଳେ ଜଣେ ବାଳକର ଇଚ୍ଛାକୁ ପୂରଣ କରିବାରେ ସହଯୋଗ କରିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। କିଛିଦିନ ତଳେ ରାହୁଲ ଗାନ୍ଧୀ ଅଦୈତ ନାମକ ଜଣେ ବାଳକଙ୍କୁ ଭେଟିଥିଲେ। କଥାବାର୍ତ୍ତା ହେଉଥିବା ସମୟରେ ରାହୁଲ ଗାନ୍ଧୀ ଜାଣିବାକୁ ପାଇଲେ କି ଉକ୍ତ ବାଳକଟି ପାଇଲଟ ହେବାର ସ୍ବପ୍ନ ଦେଖିଛି। ସଙ୍ଗେସଙ୍ଗେ ସେ ଉକ୍ତ ବାଳକକୁ ଏ ଦିଗରେ ସାହାଯ୍ୟ କରିବା ପାଇଁ ସ୍ଥିର କରିଥିଲେ।

ଅଦୈତଙ୍କ ସ୍ବପ୍ନ ପୂରା କରିବା ପାଇଁ ରାହୁଲ ଗାନ୍ଧୀ ତାଙ୍କୁ ବିମାନ ଯାତ୍ରା କରାଇବା ସହିତ ବିମାନ ସହିତ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ କଥା ଜଣାଇଥିଲେ। ଏହାର ଏକ ଭିଡିଓ ରାହୁଲ ଗାନ୍ଧୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ଏହାର କ୍ୟାପସନରେ ଲେଖିଛନ୍ତି, ‘କୌଣସି ସ୍ବପ୍ନ ବହୁତ ବଡ଼ ହୋଇ ନ ଥାଏ। ମୁଁ ଅଦୈତଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ପ୍ରଥମ ପାହାଚ ଉଠିଛି। ଏବେ ଆମର କର୍ତ୍ତବ୍ୟ କି ଆମେ ଏମିତି ଏକ ସମାଜ ଗଠନ କରିବା, ଯାହାକି ଅଦୈତଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସୁଯୋଗ ଆଣିଦେବ।

ରାହୁଲ ଅଦୈତଙ୍କୁ ପଚାରି ଥିଲେ ପୁଅ ବଡ଼ ହୋଇ ତୁମେ କ’ଣ ହେବାକୁ ଚାହୁଁଛ? ଉତ୍ତରରେ ନାବାଳକ ଜଣକ ପାଇଲଟ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହି ଉତ୍ତର ଶୁଣିବା ପରେ ରାହୁଲ ତାଙ୍କର ସ୍ବପ୍ନ କିପରି ପୂରଣ କରି ପାରିବେ ସେ ନେଇ ବୁଝାଇବା ଆରମ୍ଭ କରି ଦେଇଥିଲେ।