ଅମେଥିରେ ରାହୁଲ ଗାନ୍ଧୀଙ୍କୁ ମାଡ଼ ! ଭାଇରାଲ ହେଲା ରାହୁଲଙ୍କ ଏଭଳି ଫଟୋ, ଜାଣନ୍ତୁ ଏହା ପଛର ସତ

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ବ୍ୟବହାରକାରୀ ନିଧି ଶର୍ମା ରାହୁଲ ଗାନ୍ଧୀଙ୍କ ଏକ ଫଟୋକୁ ଅଲଗା ଅଲଗା ଗ୍ରୁପରେ ସେୟାର କରିବା ସହ କ୍ୟାପ୍‌ସନରେ, ଅମେଥିରେ ରାହୁଲ ଗାନ୍ଧୀଙ୍କର ଏଭଳି ସ୍ୱାଗତ କରାଯାଇଥିଲା ବୋଲି ଲେଖିଥିଲେ । ପଠା ଯାଇଥିବା ଫଟୋରେ ରାହୁଲଙ୍କ ବାମ ଆଖି ଫୁଲିଥିବା ଦେଖା ଯାଇଛି । ସେୟାର କରାଯାଇଥିବା ଫଟୋରେ ରାହୁଲ ଗାନ୍ଧୀଙ୍କୁ ଅମେଥିରେ ଖୁବ୍‌ ଜୋରରେ ମାଡ଼ ମରାଯାଇଥିବା ଇଙ୍ଗିତ କରାଯାଇଛି।

ନିଧି ଏହି ଫଟୋ ମେ’ ୭, ୨୦୧୯ରେ ସେୟାର କରିବା ପରେ ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ତେବେ ଫଟୋ ପଛରେ କେତେ ସତ୍ୟତା ରହିଛି, ତାହା ଜାଣିବା ପାଇଁ ଯାଞ୍ଚ କରାଯିବା ପରେ ଫଟୋଟି ନକଲି ବୋଲି ପ୍ରମାଣ ହୋଇଛି । ରାହୁଲ ଗାନ୍ଧୀ କରିଥିବା ଏକ ଟୁଇଟ୍‌କୁ ଏଡିଟ୍‌ କରି ନିଧି ଏଭଳି ଫଟୋ ସେୟାର କରିଥିବା ସାମ୍ନାକୁ ଆସିଛି । ଅମେଥିରେ ରାହୁଲଙ୍କ ଉପରକୁ କୌଣସି ପ୍ରକାରର ଆକ୍ରମଣ କରାଯାଇ ନଥିଲା ବୋଲି ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର