ପାଟନା: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବଡ଼ ବୟାନ ଦେଇଛନ୍ତି। ଛତିଶଗଡ଼ର ଦୁର୍ଗରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସିଏମ ବଘେଲ କହିଛନ୍ତି ଯେ ଜାତୀୟ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପରସ୍ପର ସହ ଆଲୋଚନା କରି ବିଭିନ୍ନ ରଣନୀତି ପ୍ରସ୍ତୁତ କରିବେ । ସେ ବିଷୟରେ କିଛି କୁହାଯାଇ ପାରିବ ନାହିଁ, କିନ୍ତୁ ଜଣେ କଂଗ୍ରେସ କର୍ମୀ ଭାବରେ ମୁଁ କହିପାରିବି ଯେ ୨୦୨୪ ପରେ ଯଦି ସଂଖ୍ୟାଗରିଷ୍ଠତା ମିଳେ ତେବେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ।
ଛତିଶଗଡ଼ରେ ହୋଇଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିକୁ କଟାକ୍ଷ କରି ବଘେଲ କହିଛନ୍ତି ଯେ ଏହି ସଭାରେ ୧୫ ହଜାରରୁ କମ ଲୋକ ହୋଇଥିଲେ । ଏବେ ଲୋକମାନେ ମୁଦ୍ରାସ୍ଫୀତି ଓ ବେରୋଜଗାରୀରେ ପୀଡ଼ିତ ହେଉଛନ୍ତି। ସିଲିଣ୍ଡର ଦର ଆକାଶଛୁଆଁ ହେଉଛି। କୃଷକମାନେ ହଇରାଣ ହେଉଛନ୍ତି, ଲୋକଙ୍କୁ ରୋଜଗାର ମିଳୁନାହିଁ, ଖାଦ୍ୟସାମଗ୍ରୀର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏଣୁ ଲୋକମାନେ କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିହାରର ପାଟନାରେ ବିଭିନ୍ନ ବିରୋଧୀ ଦଳ ଏକାଠି ହୋଇ ଏକ ବଡ଼ ବୈଠକ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/WhatsApp-Image-2023-06-24-at-21.51.43.jpeg)