ନୂଆଦିଲ୍ଲୀ: ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ । ପୁଞ୍ଚ ପ୍ରଭାବିତଙ୍କ କଥା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପାକିସ୍ତାନର ଗୁଳିମାଡ ଏବଂ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପୁଞ୍ଚ ସମେତ ଅନ୍ୟ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରିଛନ୍ତି ରାହୁଲ । ଚିଠିରେ ପୁଞ୍ଚବାସୀଙ୍କ ଦୁଃଖ କଥା ବଖାଣି ପୁନର୍ବାସ ପ୍ୟାକେଜ ଦେବାକୁ କହିଛନ୍ତି । 

Advertisment

ମୋଦୀଙ୍କୁ ଅନୁରୋଧ କରି ରାହୁଲ ଲେଖିଛନ୍ତି- ମୁଁ କିଛି ଦିନ ତଳେ ପୁଞ୍ଚ ଗସ୍ତ କରିଥିଲି । ଯେଉଁଠି ପାକିସ୍ତାନର ଗୁଳିମାଡରେ ୪ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବା ସହ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନର ଆଖିବୁଜା ଗୁଳିମାଡରେ ଘରଦ୍ବାର, ରାସ୍ତା ଘାଟ, ସ୍କୁଲ କଲେଜ, ଧର୍ମାନୁଷ୍ଠାନ ସବୁ ନଷ୍ଟ ହୋଇଯାଇଛି । କିଛି ଲୋକ ବର୍ଷକର ପରିଶ୍ରମ ଗୋଟିଏ ଝଟକାରେ ଛାରଖାର ହୋଇଯାଇଛି ବୋଲି କହିଥିଲେ ।

ଏପରି ଏକ ସଙ୍କଟ ସମୟରେ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହ ଆମେ ଛିଡା ହେବା ଏବଂ ସେମାନଙ୍କ ଦୁଃଖ ବୁଝିବା ଆମ କର୍ତ୍ତବ୍ୟ । ତେଣୁ ଭାରତ ସରକାରଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି କି ପାକିସ୍ତାନ ଗୁଳିମାଡରେ କ୍ଷତିଗ୍ରସ୍ତ ପୁଞ୍ଚ ସମେତ ଅନ୍ୟ ଅଞ୍ଚଳ ପାଇଁ ପ୍ୟାକେଜ ଘୋଷଣା କରାଯାଉ ।

ତେବେ ଗତ ୨୪ ତାରିଖ ଦିନ ପୁଞ୍ଚ ଗସ୍ତରେ ଯାଇଥିଲେ ରାହୁଲ ଗାନ୍ଧୀ । ସେଠାରେ ସେ ପୀଡିତଙ୍କୁ ଭେଟିଥିଲେ । ବିଭିନ୍ନ ଧର୍ମାନୁଷ୍ଠାନ ବୁଲି ସ୍ଥିତି ପରଖିଥିଲେ ଏବଂ ସେ ସରକାରଙ୍କୁ ପୁଞ୍ଚବାସୀଙ୍କୁ ଆକ୍ରମଣ ପରର ଦୁଃଖ କଥା କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।