ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କୁ ଚିଠି ଲେଖି କହିଥିଲେ, ‘ଆମେ ଆପଣମାନଙ୍କ କଥାକୁ ନ୍ୟାସନାଲ ଏଜେଣ୍ଡାରେ ସ୍ଥାନ ଦେବୁ’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶ ନିର୍ମାଣ ଅବସରରେ ଦେଶର ଛାତ୍ରଛାତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରକୁ ଦେଶର ଯୁବପିଢ଼ି ଓ ଛାତ୍ରାଛାତ୍ରୀଙ୍କୁ କଂଗ୍ରେସ ସହ ଯୋଡ଼ିବାର ଏକ ମାଧ୍ୟମ ବୋଲି କୁହାଯାଉଛି। ଏଥିରେ ରାହୁଲ ଲେଖିଛନ୍ତି, ‘ଯୁବପିଢ଼ି ହିଁ ଦେଶକୁ ନିର୍ମାଣ କରି ପାରିବେ। ଆଜିକାଲି କଲେଜରେ ନାମ ଲେଖାଇବା ଏତେ ସହଜ ହୋଇ ଆଉ ରହି ନାହିଁ। କଲେଜର ଫିସ୍‌ ଅଧିକ ରହିଛି, ଏତଦ୍‌ ବ୍ୟତୀତ ଚାକିରି ମିଳିବା ବି କାଷ୍ଟସାଧ୍ୟ ହୋଇଯାଇଛି।’

ଏପରି କ୍ଷେତ୍ରରେ ରାହୁଲ ଦେଶର ଛାତ୍ରଛାତ୍ରୀଙ୍କ ସଂଘର୍ଷକୁ ସମ୍ମାନ କରୁଥିବା କହିବା ସହିତ ସେମାନଙ୍କ ସହିତ କାମ କରିବାକୁ ଚାହୁଁଛି ବୋଲି ମତ ଦେଇଛନ୍ତି। କଂଗ୍ରେସ ପାର୍ଟି ଏହା ସୁନିଶ୍ଚିତ କରିବ କି ଛାତ୍ରଛାତ୍ରୀଙ୍କୁ ସମ୍ମାନ ଓ ସହାୟତା ଉଭୟ ମିଳୁ । ‘ଆମେ ଏକ ସୁନ୍ଦର ଭାରତର ଆରମ୍ଭ କରିଛୁ, ଆମେ ଚାହୁଁଛୁ କି ଆପଣମାନେ ଆପଣଙ୍କ ଅସୁବିଧା କଥା ଜଣାନ୍ତୁ। ଯାହାକୁ ଆମେ ନ୍ୟାସନାଲ ଏଜେଣ୍ଡାର ସ୍ଥାନରେ ଦେବୁ।’ ବୋଲି କହିଛନ୍ତି ରହୁଲ ଗାନ୍ଧି।

ସମ୍ବନ୍ଧିତ ଖବର