ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଶୁଭାରମ୍ଭ କରିବା ଲାଗି ଆଜି ରାହୁଲ୍ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାଙ୍କୁ ନେଇ ଇମ୍ଫାଲ୍ ଯିବାକୁ ଥିବା ସ୍ବତନ୍ତ୍ର ଇଣ୍ଡିଗୋ ବିମାନ କୁହୁଡ଼ି ଯୋଗୁଁ ଉଡ଼ାଣ ଆରମ୍ଭ କରି ପାରି ନ ଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ତେଣୁ, କଂଗ୍ରେସ ନେତାମାନେ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଭିଡିଓ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛି।
ଆଜି ସକାଳୁ ‘ଇଣ୍ଡିଗୋ ଏୟାର୍ଲାଇନ୍’ ଲେଖିଥିଲା, ଉତ୍ତର ଭାରତରେ ପ୍ରତିକୂଳ ପାଗ ଯୋଗୁଁ ଆମେ ନିର୍ଦ୍ଧାରଣ କରିଥିବା ସମୟ ନିର୍ଘଣ୍ଟରେ ବାଧା ଉପୁଜି ପାରେ।
‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବା ଲାଗି ମଣିପୁରର ଥୌବଲ୍ ଅଭିମୁଖେ ଯିବା ଲାଗି ଆଜି ରାହୁଲ୍ ଗାନ୍ଧୀ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚି ଥିଲେ।
Image Courtesy of The Statesmanଆଜି ମଧ୍ୟାହ୍ନରେ ‘ଖୋଙ୍ଗ୍ଜୋମ୍ ଯୁଦ୍ଧ ସ୍ମାରକୀ’ରେ ଶ୍ରଦ୍ଧାସୁମନ ଦେଇ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରାଯିବ। ସନ୍ଧ୍ୟା ୫.୩୦ରେ ଇମ୍ଫାଲର କୋଇରେଙ୍ଗେଇ ବଜାରରେ ରାତ୍ର ବିରତି ହେବ। ସେକମାଇରେ ଥିବା ‘କୌଜେଙ୍ଗ୍ଗ୍ଲେଇମା ସ୍ପୋର୍ଟସ୍ ଆସୋସିଏସନ୍ ଫୁଟ୍ବଲ୍ ଗ୍ରାଉଣ୍ଡ୍’ରେ ରାତ୍ର ରହଣି କରାଯିବ।
୬,୭୦୦ କିଲୋମିଟର୍ବିଶିଷ୍ଟ ଏହି ୬୭ ଦିନରେ ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ। ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଉତ୍ତର ଓ କେନ୍ଦ୍ରୀୟ ଭାରତ ଦେଇ ମାର୍ଚ ୨୦ ତାରିଖ ଦିନ ମହାରାଷ୍ଟ୍ରରେ ଶେଷ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/rg.jpg)