ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହେବ । କଂଗ୍ରେସ ଦଳ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତା ବଜାୟ ରଖିବା ସହିତ ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିବ ବୋଲି ରାହୁଲ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ କହିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏ ସଂକ୍ରାନ୍ତ ପ୍ରଶ୍ନରେ ରାହୁଲ ଏଭଳି ଉତ୍ତର ରଖିଛନ୍ତି। ତେଲେଙ୍ଗାନା‌ରେ ଆମେ ବିଜୟ ହାସଲ କରିବୁ ଏବଂ ମଧ୍ୟପ୍ରଦେଶରେ ଆମ ବିଜୟ ସୁନିଶ୍ଚିତ ବୋଲି ରାହୁଲ କହିଛନ୍ତି। ସେହିଭଳି ଛତିଶଗଡ଼ ଓ ରାଜସ୍ଥାନରେ ଆମେ ବିଜୟର ଅତି ନିକଟରେ ଅଛୁ ବୋଲି ସେ କହିଛନ୍ତି।