କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ‘ଲକ’ କଲା ଟ୍ୱିଟର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଟ୍ୱିଟର । ଦିଲ୍ଲୀରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ୯ ବର୍ଷର ଦଳିତ ନାବାଳିକାର ପରିବାର ଲୋକଙ୍କୁ ଭେଟି ଟ୍ୱିଟରରେ ଫଟୋ ସେୟାର କରିଥିଲେ ରାହୁଲ । ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ଫଟୋକୁ ଏଭଳି ସୋସିଆଲ ମିଡିଆରେ ଛାଡିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହା ପରେ ରାହୁଲ ଗାନ୍ଧିଙ୍କ ଟ୍ୱିଟକୁ ହଟାଇଥିଲା ଟ୍ୱିଟର |

ଟ୍ୱିଟ ହଟିବା ପରେ କଂଗ୍ରେସ ଟ୍ୱିଟ କରି ଦାବି କରିଥିଲା ଯେ, ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ଏବଂ ଏହାର ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଅନୁସରଣ କରାଯାଉଛି | ସେ ପର୍ଯ୍ୟନ୍ତ ରାହୁଲ ଗାନ୍ଧି ନିଜର ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଲୋକଙ୍କ ସହ ଯୋଡି ହୋଇ ରହିବେ |

କଂଗ୍ରେସର ଏଭଳି ଟ୍ୱିଟ ପରେ ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସାଧାରଣତଃ, ନିୟମ ଉଲ୍ଲଂଘନ ପାଇଁ ଜଣେ ଉପଭୋକ୍ତାଙ୍କର ଟ୍ୱିଟ୍ ହଟାଯିବ ପରେ , ସେମାନଙ୍କୁ ୨୪ଘଣ୍ଟା ପାଇଁ ଟ୍ୱିଟ୍ କରିବାକୁ ଅନୁମତି ଦିଆଯାଇନଥାଏ | ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ନରଖାଯାଇ ୨୪ଘଣ୍ଟା ଯାଏ ଲକ କରାଯାଇଛି |

ଟ୍ୱିଟରର ସ୍ପଷ୍ଟୀକରଣ ପରେ କଂଗ୍ରେସ ମଧ୍ୟ ରିଟ୍ୱିଟ କରି ରାହୁଲ ଗାନ୍ଧିଙ୍କ ଆକାଉଣ୍ଟ ଲକ ହୋଇଥିବା କଥା ଲେଖିଥିବା ଦେଖାଯାଇଛି |

ସମ୍ବନ୍ଧିତ ଖବର