‘ଅନଲକ୍’ ହେଲା ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟ୍

ଦିଲ୍ଲୀରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକାର ପରିବାର ସଦସ୍ୟଙ୍କ ଫଟୋ ସେୟାର କରିବା ପରେ ହୋଇଥିଲା 'ଲକ୍'

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ‘ଅନଲକ୍’ କଲା ଟ୍ୱିଟର। ରାହୁଲ ଗାନ୍ଧୀ ଦିଲ୍ଲୀର ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୀଡ଼ିତାଙ୍କ ପରିବାର ସହ ଫଟୋ ଉଠାଇ ଟ୍ବିଟରରେ ସେୟାର କରିଥିଲେ। ଏହା ପରେ କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ ସେମାନଙ୍କ ଫଟୋ ଟୁଇଟ କରିଥିବାରୁ ଟ୍ୱିଟର ପକ୍ଷରୁ ରାହୁଲ ଗାନ୍ଧୀଙ୍କ ପୋଷ୍ଟକୁ ହଟାଯିବା ସହ ଆକାଉଣ୍ଟକୁ ଏକ ସପ୍ତାହ ଲାଗି ‘ଲକ୍’ କରାଯାଇଥିଲା । କେବଳ ରାହୁଲ ଗାନ୍ଧୀ ନୁହନ୍ତି କଂଗ୍ରେସର ପ୍ରାୟ ୫,୦୦୦ନେତାଙ୍କର ଓ କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ବି ‘ଲକ୍’ କରାଯାଇଥିଲା । ଏହାକୁ ନେଇ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ କହିଥିଲେ କି, ଭାରତରେ ଟ୍ୱିଟର ସେବା ଯୋଗାଇବା ପରିବର୍ତ୍ତେ  ରାଜନୀତିରେ ସାମିଲ୍ ହେଉଛି ।

ତେବେ ଆଜି କଂଗ୍ରେସ ପକ୍ଷରୁ କୁହାଯାଇଛି କି, ରାହୁଲ ଗାନ୍ଧୀଙ୍କ ସମେତ ୫,୦୦୦ କଂଗ୍ରେସ ନେତାଙ୍କର ଲକ ହୋଇଥିବା ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ପକ୍ଷରୁ ‘ଅନଲକ୍’ କରାଯାଇଛି ।

Rahul Gandhi Meets Punjab Congress Leaders To End Factionalism In State Party Unit
Outlook India

ସେପଟେ ଏକ ୟୁଟ୍ୟୁବ ଭିଡିଓରେ ରାହୁଲ ଗାନ୍ଧୀ ଟ୍ୱିଟର କମ୍ପାନି ଉପରେ ଅଭିଯୋଗ ଆଣି କହିଥିଲେ କି ଆକାଉଣ୍ଟ ‘ଲକ୍’ କରିବା ଟ୍ୱିଟରର ଏକ ଖେଳ । ମାଇକ୍ରୋ ବ୍ଲଗିଂ ସାଇଟ ଏବେ ନିରପେକ୍ଷ ହୋଇ ନାହିଁ । ସେମାନେ ସରକାରଙ୍କ ଇଙ୍ଗୀତରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଆକାଉଣ୍ଟ ଲକ୍ ହେବା ଲକ୍ଷ ଲକ୍ଷ ଫଲୋଓର୍ସଙ୍କୁ ଅପମାନ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର