ନୂଆଦିଲ୍ଲୀ: ବିହାରରେ ଇସି (ନିର୍ବାଚନ କମିସନ)ଙ୍କ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂ‌ଶୋଧନ) ଦ୍ବାରା ଭୋଟର ତାଲିକା ହେରଫେର ହୋଇଛି ବୋଲି  କଂଗ୍ରେସ‌ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଏବଂ ଏହା ବିରୋଧରେ ସେ ବିହାରରେ ‘ଭୋଟ୍‌ ଅଧିକାର ଯାତ୍ରା’ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।  ଯାତ୍ରା ଆସନ୍ତାକାଲି (ରବିବାର)   ଆରମ୍ଭ ହେବ ଏବଂ ଏହା ୧୬ ଦିନ ଚାଲିବ ।  ୨୦ରୁ ଅଧିକ ଜିଲ୍ଲାରେ ଏହି ଯାତ୍ରା ପହଞ୍ଚିବ ବୋଲି ରାହୁଲ କହିଛନ୍ତି।  ଏକ୍ସରେ ଏକ ପୋଷ୍ଟ୍‌ କରି ରାହୁଲ କହିଛନ୍ତି, ‘ଆମେ ଲୋକଙ୍କ ପାଖକୁ ଭୋଟର ଅଧିକାର ଯାତ୍ରା ଆଣୁଛୁ।

Advertisment

ମୌଳିକ ଗଣତା‌ନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବାପାଇଁ ଏହି ଲଢ଼େଇ । ସମ୍ବିଧାନର ସୁରକ୍ଷା ପାଇଁ ଆମ ସହ ଏହି ଯାତ୍ରାରେ ଯୋଗ ଦିଅନ୍ତୁ।’  ଇତିମଧ୍ୟରେ  ବିହାରରେ ଇଣ୍ଡିମେଣ୍ଟ ସହଯୋଗୀମାନେ ମଧ୍ୟ ଏହି ଯାତ୍ରାକୁ ସମର୍ଥନ କରି କଂଗ୍ରେସ ସହିତ ସାମିଲ ହେବେ। ଯାତ୍ରା ସାସାରାମରୁ ଆରମ୍ଭ ହେବ।  ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି,  ‘ଆମେ ସାସାରାମରେ ଆସନ୍ତାକାଲିଠାରୁ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିବୁ।  ଆମେ ଏହି ଯାତ୍ରା ଅବସରରେ ବିଭିନ୍ନ ଜିଲ୍ଲା ବୁଲିବୁ ଏବଂ ଲୋକମାନଙ୍କୁ ସଚେତନ କରିବୁ। ଏହାଦ୍ବାରା କୌଣସି ବି ଭୋଟରଙ୍କ ନାଁ ତାଲିକାରୁ ବାଦ୍‌ ପଡ଼ିବନି।