ସାହଡୋଲ୍: ଅନେକ ସମୟରେ ଆପଣ ଦେଖିଥିବେ ଯେ ଗାଡିରେ ଇନ୍ଧନ ଅଭାବରୁ ଲୋକଙ୍କୁ ଯାତ୍ରା ସ୍ଥଗିତ ରଖିବା ସହ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା କେବଳ ସାଧାରଣ ଲୋକଙ୍କ ସହିତ ନୁହେଁ ବରଂ ଦେଶର ବଡ ବଡ ନେତାଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ । ସଦ୍ୟତମ ଘଟଣାଟି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଜଡିତ । ତେଲ ନଥିବାରୁ ତାଙ୍କ ହେଲିକପ୍ଟର ଉଡ଼ି ପାରିନଥିଲା, ଯେଉଁ କାରଣରୁ ରାହୁଲଙ୍କୁ ସାହଡୋଲରେ ଅଟକିବାକୁ ପଡ଼ିଥିଲା।

Advertisment

ସାହଡୋଲରେ ଅନୁଷ୍ଠିତ ସାଧାରଣ ସଭା ପରେ ରାହୁଲ ଗାନ୍ଧିଙ୍କୁ ଜାମୁଇ ହେଲିପ୍ୟାଡରୁ ଜବଲପୁର ଯିବାକୁ ପଡ଼ିଥିଲା। କିନ୍ତୁ ଇନ୍ଧନ ଅଭାବରୁ ରାହୁଲଙ୍କ ହେଲିକପ୍ଟର ଉଡ଼ି ପାରିନଥିଲା। ଠିକ୍ ସମୟରେ ଇନ୍ଧନ ଟ୍ୟାଙ୍କର ନ ପହଞ୍ଚିବାରୁ ଏହି ସମସ୍ୟା ଉପୁଜିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଆଜି ରାତିରେ ସାହଡୋଲରେ ରହିବେ।

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ରାହୁଲ ଗାନ୍ଧି ସୋମବାର ସାହଡୋଲରେ ପହଞ୍ଚିଛଥିଲେ। ସେ ବୈଠକ ଛାଡ଼ିବାକୁ ପ୍ରସ୍ତୁତ ଥିବା ବେଳେ ହେଲିକପ୍ଟରରେ ଇନ୍ଧନ କମ୍ ଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ହେଲିକପ୍ଟରରେ ପ୍ରାୟତଃ ଜେଟ୍ ଇନ୍ଧନ ବ୍ୟବହାର କରାଯାଏ । ବିଭିନ୍ନ ପ୍ରକାରର ଜେଟ ଇନ୍ଧନ ମଧ୍ୟରେ ରହିଛି ଜେଟ-ଏ କିମ୍ବା ଜେଟ-ଏ୧ ।