ରାହୁଲଙ୍କ ଇଫ୍‌ତାର ପାର୍ଟିରେ ପ୍ରଣବ : ମୋଦିଙ୍କ ‘ଫିଟ୍‌ନେସ୍‌’କୁ ପରିହାସ କଲେ ରାହୁଲ ଓ କୁମାରସ୍ୱାମୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଜ ହୋଟେଲରେ ଇଫତାର ପାର୍ଟି ଦେଇଛନ୍ତି। ଏଥିରେ କଂଗ୍ରେସ ଏବଂ ଅନ୍ୟ ୧୮ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ହେବାପରେ ରାହୁଲଙ୍କ ଏହା ପ୍ରଥମ ଇଫ୍‌ତାର ପାର୍ଟି। ବିରୋଧୀ ଏକତାକୁ ଏକଜୁଟ ରଖିବା ପାଇଁ ଏହା ରାହୁଲଙ୍କ ଏକ ବଡ଼ ପ୍ରୟାସ ବୋଲି କୁହାଯାଉଥିବା ବେଳେ ଏହି ପାର୍ଟିରେ ଆଜି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍‌ନେସ୍‌’କୁ ନେଇ ପରିହାସ କରିଛନ୍ତି। ମୋଦି ଆଜି ଟ୍ଵିଟ୍‌ କରିଥିବା ଏକ ଫିଟ୍‌ନେସ୍‌ ଭିଡିଓକୁ ରାହୁଲ ବିରକ୍ତିକର ଓ ଦେବାଳିଆ ମାନସିକତା ବୋଲି କହିଛନ୍ତି। ରାହୁଲଙ୍କ ବୟାନକୁ ନେଇ ଭୋଜିରେ ହାସ୍ୟରୋଳ ସୃଷ୍ଟି ହୋଇଥିବା ବେଳେ ରାହୁଲଙ୍କ ପାଖରେ ବସିଥିବା ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିରବରେ ସବୁକିଛି ଲକ୍ଷ୍ୟ କରୁଥିଲେ।

ସୂଚନାଯୋଗ୍ୟ, ଆଜି ମୋଦି ତାଙ୍କ ସକାଳ ବ୍ୟାୟାମର ଭିଡିଓ ପୋଷ୍ଟ କରିବା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ମଧ୍ୟ ଫିଟ୍‌ନେସ୍‌ ଚ୍ୟାଲେଂଜ ଗ୍ରହଣ କରିବାକୁ ଆହ୍ଵାନ ଦେଇଥିଲେ। କୁମାରସ୍ୱାମୀ ମୋଦିଙ୍କ ଏହି ଚ୍ୟାଲେଂଜକୁ ସ୍ୱୀକାର କରିବା ସହ ତାଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ରାଜ୍ୟର ଫିଟ୍‌ନେସ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବାକୁ କହିଥିଲେ।

ସମ୍ବନ୍ଧିତ ଖବର