ଇସ୍ତଫା ପରେ ପାଟନାରେ ଦୋସା ଖାଉଥିବାର ନଜର ଆସିଲେ ରାହୁଲ ଗାନ୍ଧୀ

ପାଟନା: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶନିବାର ମାନହାନି ମାମଲାର ଶୁଣାଣି ପାଇଁ ପାଟନା କୋର୍ଟରେ ପହଞ୍ଚିଥିଲେ | ଏହି ସମୟରେ ଭୋକ ଲାଗିବାରୁ ସେ ସେଠାରେ ଥିବା ଏକ ହୋଟେଲରେ ପହଞ୍ଚି ଦୋସା ଖାଇଥିଲେ ଓ କପି ପିଇଥିଲେ | ନ୍ୟାୟାଳୟରୁ ବାହାରିବା ପରେ ପାଟନାରେ ଥିବା ହୋଟେଲରେ ପହଁଚିଯାଇଥିଲେ | ଦ୍ବିପହରରେ ରାହୁଲଙ୍କୁ ଦେଖି ସେଠାରେ ଖାଉଥିବା ଲୋକ ଚକିତ ହୋଇଯାଇଥିଲେ |

ସେଠାକୁ ଆସିଥିବା ଲୋକମାନେ ରାହୁଲଙ୍କ ଫଟୋ ନେବା ସହ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ | ରାହୁଲ ମଧ୍ୟ ସେଠାକୁ ଆସିଥିବା ପରିବାରବର୍ଗଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲେ | ରାହୁଲ ବିହାରର ସମସ୍ୟା ବାବଦରେ ବୁଝିବା ସହ ଛୋଟଛୋଟ ପିଲାମାନଙ୍କୁ ସେମାନଙ୍କ ପାଠପଢା ନେଇ ପଚାରିବୁଝିଥିଲେ |

ଏଠାରେ ସୂଚନା ଥାଉ କି ଏକ ମାନହାନି ମାମଲାର ଶୁଣାଣି ପାଇଁ ରାହୁଲ ପାଟନା କୋର୍ଟକୁ ଯାଇଥିଲେ | କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଜାମିନ ଦେଇଥିଲେ | ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ଭାଷଣ ଦେଇଥିବାରୁ ରାହୁଲଙ୍କ ବିରୋଧରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମାନହାନି ମକଦ୍ଦମା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର