ଓ୍ବାୟନାଡ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର (ଅଗଷ୍ଟ ୧) ୱାୟନାଡରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଭୂସ୍ଖଳନ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟିଥିଲେ । ଲୋକଙ୍କ ଏହି ବିପର୍ଯ୍ୟୟ ଦେଖି ସେ ଭାବୁକ ହେବା ସହ ନିଜ ପିତାଙ୍କ ମୃତ୍ୟୁ କଥା ମନେ ପକାଇଥିଲେ । ସେ କହିଛନ୍ତି ଯେ ୧୯୯୧ରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମୟରେ ସେ ସମାନ ଦୁଃଖ ଅନୁଭବ କରିଥିଲେ। ଏହି ପ୍ରଳୟଙ୍କରୀ ଭୂସ୍ଖଳନରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦୦ ଜଣ ଆହତ ହୋଇଛନ୍ତି।
ରାହୁଲ କହିଛନ୍ତି ଯେ ୱାୟନାଡ, କେରଳ ଓ ଦେଶ ପାଇଁ ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ଆମେ ଏଠାକୁ ସ୍ଥିତି ଦେଖିବାକୁ ଆସିଛୁ। କେତେ ଲୋକ ନିଜ ପରିବାର ସଦସ୍ୟ ଓ ଘର ହରାଇଛନ୍ତି ତାହା ଦେଖିବା ଦୁଃଖଦାୟକ। ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ ଏବଂ ସୁନିଶ୍ଚିତ କରିବୁ ଯେ ପ୍ରଭାବିତ ପୀଡିତମାନେ ସେମାନଙ୍କର ପ୍ରାପ୍ୟ ପାଇବେ । "ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଚାହୁଁଛନ୍ତି। ଏଠାରେ ବହୁତ କିଛି କରିବାର ଅଛି । ମୁଁ ଡାକ୍ତର, ନର୍ସ, ପ୍ରଶାସନ ଏବଂ ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।