ଧୀରେ ଧୀରେ ସୁସ୍ଥ ହେଉଛି ରାହୁଲ

ବିଳାସପୁର : ବିଳାସପୁର ଜିଲ୍ଲାପାଳ ଡ. ସାରାଂଶ ସିତ୍ତର ଆଜି ଆପୋଲୋ ହସପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରାହୁଲ ସାହୁର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ରାହୁଲ ଧୀରେ ଧୀରେ ସୁସ୍ଥ ହେଉଥିବା ସେ ପ୍ରକାଶ କରିଛନ୍ତି ।

ଗତ ସପ୍ତାହରେ ୧୦ ବର୍ଷର ବାଳକ ରାହୁଲକୁ ୮୦ ଫୁଟ୍ ଗଭୀର ବୋରୱେଲ ଗାତରୁ ଉଦ୍ଧାର କରାଯିବା  ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ତାର ଚିକିତ୍ସା କରାଯାଉଛି । ଇତି ମଧ୍ୟରେ ତାକୁ ଡାକ୍ତରଖାନାରେ ଭର୍ତ୍ତି ହେବାର ପାଞ୍ଚ ଦିନ ବିତିଗଲାଣି ଓ ଧୀରେ ଧୀରେ ତାର ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି । ତାର ସମସ୍ତ ସ୍ୱାସ୍ଥ୍ୟ ସୂଚକାଙ୍କ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି ଓ ସେ ନିଜେ ଉଠି ବସିବା ସହ ତାକୁ ଦେଖିବାକୁ ଆସୁଥିବା ଲୋକମାନଙ୍କୁ ହସି ହାତ ହଲାଉଛି ।

ଏକ ସପ୍ତାହ ମଧ୍ୟରେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତରମାନେ ଆଶା ପ୍ରକଟ କରିଛନ୍ତି । କଲେକ୍ଟର ଡକ୍ଟର ମିତ୍ତର ରାହୁଲଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ରାହୁଲଙ୍କ ମନୋରଞ୍ଜନ ପାଇଁ ପିଲାମାନଙ୍କ କାହାଣୀ ଥିବା ପେଣ୍ଟିଂ ସାମଗ୍ରୀ ଏବଂ ପୁସ୍ତକ ମଧ୍ୟ ସେ ପ୍ରଦାନ କରିଥିଲେ । ଏହି ଅବସରରେ ସେ ରାହୁଲଙ୍କ ମା’ ଏବଂ ପରିବାର ସଦସ୍ୟଙ୍କୁ ଭେଟି ଡାକ୍ତରଖାନାରେ ଦିଆଯାଉଥିବା ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସୁବିଧା ବିଷୟରେ ପଚାରି ବୁଝିଥିଲେ ଜିଲ୍ଲାପାଳ।

ସମ୍ବନ୍ଧିତ ଖବର