ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୃଣା କରୁଥିବାରୁ ବିଦେଶକୁ ଯାଇ ଭାରତର ଛବି ଖରାପ କରୁଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରୁଥିବାରୁ ବିଦେଶକୁ ଯାଇ ଭାରତର ଛବି ଖରାପ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଲଣ୍ଡନର କେମ୍ରିଜ ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ‘ଆଇଡିଆଜ ଫର ଇଣ୍ଡିଆ’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନର ଜବାବ ରଖି ଏଭଳି କହିଛି ବିଜେପି।

ସମ୍ମିଳନୀରେ ରାହୁଲ କହିଥିଲେ ଯେ, “ଭାରତ ଏବେ ଭଲ ସ୍ଥିତିରେ ନାହିଁ । ବିଜେପି ସାରା ଦେଶରେ କିରୋସିନି ଢାଳିଦେଇଛି, ନିଆଁ ଟିକେ ହେଲେ ଆମେ ସମସ୍ତେ ବିପଦରେ ପଡ଼ିଯିବା। ବିରୋଧୀ ଦଳଙ୍କ ଦାୟିତ୍ବ ହେଉଛି ଲୋକମାନଙ୍କୁ, ସବୁ ସଂପ୍ରଦାୟ, ରାଜ୍ୟକୁ ଏକାଠି କରିବା ଓ ଦେଶରେ ବଢିଚାଲିଥିବା ତାପମାତ୍ରା( ସାଂପ୍ରଦାୟିକ ଉତ୍ତେଜନା)କୁ ହ୍ରାସ କରିବା, ନଚେତ୍ ସବୁକିଛି ବିଗିଡ଼ିଯିବ । ଦେଶରେ ଦୁଇ ପ୍ରକାରର ସରକାର ଚାଲିଛି, ଗୋଟିଏ ହେଉଛି ଲୋକଙ୍କ ସ୍ବରକୁ ଦମନ କରିବା ଓ ଅନ୍ୟଟି ହେଉଛି ଲୋକଙ୍କ ସ୍ବରକୁ ଶୁଣିବା ।  ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ଲୋକମାନଙ୍କ କଥା ଶୁଣନ୍ତି, କିନ୍ତୁ ଆମ ଦେଶର ପ୍ରଧାନମନ୍ତ୍ରୀ ଲୋକଙ୍କ କଥା ଶୁଣନ୍ତି ନାହିଁ ।

'देश को धोखा देने के समान', BJP ने राहुल पर साधा निशाना, कहा- PM मोदी से नफरत में राष्ट्र को पहुंचा रहे नुकसान
ndtv

ଏହାର ଜବାବରେ ବିଜେପି ପ୍ରବକ୍ତା ଗୌରବ ଭାଟିଆ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲଣ୍ଡନର କେମ୍ବ୍ରିଜ ଶ୍ବ ବିଦ୍ୟାଳୟକୁ ଏକ ସେମିନାରରେ ଯୋଗ ଦେବାକୁ ଯାଇ ଦେଶର ଭାବମୂର୍ତ୍ତିକୁ ଖରାପ କରିଛନ୍ତି। ଏହା ତାଙ୍କର ଏବଂ ଗାନ୍ଧୀ ପରିବାରର ଏକ ଅଭ୍ୟାସରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୃଣା କରୁଥିବାରୁ ସେ ଭାରତ ମାତା ବିରୋଧରେ ବିବୃତି ଦେବା ଆରମ୍ଭ କରିଛନ୍ତି। ଏଭଳି କରିବା ପୂର୍ବରୁ ତାଙ୍କୁ ଅନେକ ଥର ଚିନ୍ତା କରିବା ଦରକାର।

ସେ ଆହୁରି କହିଛନ୍ତି ଯେ, ଆପଣ ବିଜେପିକୁ ବିରୋଧ କରିପାରିବେ। ଏହା ସୁସ୍ଥ ରାଜନୀତିର ଏକ ଅଂଶ। କିନ୍ତୁ ଯଦି ଆପଣ ଆମ ଦେଶ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରନ୍ତି, ଭିତ୍ତିହୀନ ଅଭିଯୋଗ କରନ୍ତି, ତେବେ କେବଳ ବିଜେପି ଏହାକୁ ଜୋରଦାର ବିରୋଧ କରିବ ନାହିଁ, ବରଂ ଦେଶର ଲୋକମାନେ ମଧ୍ୟ ଏହାକୁ ବିରୋଧ କରିବେ। ୧୯୮୪ରେ ଯେଉଁ ନରସଂହାର ହୋଇଥିଲା, ସେଥିରେ କଂଗ୍ରେସ ନେତାମାନେ ହିଁ କିରୋସିନ ଢ଼ାଳିଥିଲେ।

ସମ୍ବନ୍ଧିତ ଖବର