ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପରାଜିତ ହୋଇପାରନ୍ତି !

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ତରଫରୁ କରାଯାଇଥିବା ଏଗଜିଟ୍ ପୋଲ୍ ରେ ଉତ୍ତର ପ୍ରଦେଶର ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏକ ଜାତୀୟ ଗଣମାଧ୍ୟମର ଆକଳନ ଅନୁଯାୟୀ ଦେଶର ସବୁଠାରୁ ଅଧିକ ୮୦ଟି ଆସନ ଥିବା ଉତ୍ତର ପ୍ରଦେଶରେ ବିଜେପି ୬୨ରୁ ୬୭ ଆସନ ପାଇବାର ସମ୍ଭାବନା ରହିଛି । ଏହା ବିଏସପି-ଏସପି ମେଂଟ ଏବଂ କଂଗ୍ରେସ ପାଇଁ ଏକ ବଡ ଝଟକା ହେବ ।

ତେବେ ସବୁଠାରୁ ମଜା କଥା ହେଲା ଯେ କଂଗ୍ରେସ ଉତ୍ତର ପ୍ରଦେଶରେ ଗୋଟିଏ ବା ଦୁଇଟି ଆସନ ଜିତିବ ବୋଲି ଉକ୍ତ ଗଣମାଧ୍ୟମ ପକ୍ଷରୁ ଅନୁମାନ କରାଯାଉଛି । ଯଦି ସେଭଳି ପରିସ୍ଥିତି ଉପୁଜେ, ତେବେ କେଉଁ ଆସନରୁ କଂଗ୍ରେସ ଜିତିବ ? କୁହାଯାଉଛି ଯେ ସୋନିଆ ଗାନ୍ଧିଙ୍କ ରାୟବରେଲି କିମ୍ବା ରାହୁଲଙ୍କ ଆମେଥି ମଧ୍ୟରୁ କଂଗ୍ରେସ ଗୋଟିଏ ଆସନ ହାରିପାରେ । ତେବେ କଂଗ୍ରେସ ଅଧ୍ୟକ୍ଷ  ରାହୁଲ ଗାନ୍ଧୀଙ୍କ ଆସନ ସବୁଠାରୁ ବିପଦରେ ଥିବା କୁହାଯାଉଛି ।

ରାହୁଲ କେରଳର ବାୟନାଡ ଆସନରୁ ମଧ୍ୟ ନିର୍ବାଚନ ଲଢିଛନ୍ତି । ଆମେଥିରେ ରାହୁଲଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନୀ ରାହୁଲ ଏଠାରୁ ହାରୁଥିବା ଖବର ତାଙ୍କ ପାଖରେ ଆଗରୁ ଥିବା କହିଛନ୍ତି । ତେଣୁ ବାୟନାଡରୁ ନିର୍ବାଚନ ଲଢିଛନ୍ତି । ତେବେ ଆମେଥି ଏବଂ ରାୟବରେଲି ଆସନରୁ ସପା-ବସପା ମେଣ୍ଟ ପ୍ରାର୍ଥୀ ଦେଇନାହିଁ ।

ସମ୍ବନ୍ଧିତ ଖବର