ନୂଆଦିଲ୍ଲୀ: ଆମେଥି ଓ ରାୟବରେଲି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏନଡିଟିଭିର ଏକ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ରାହୁଲ ଗାନ୍ଧି ଆମେଥିରୁ ନୁହେଁ ବରଂ ରାୟବରେଲିରୁ ନିର୍ବାଚନ ଲଢ଼ିପାରନ୍ତି । ସେପଟେ ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ନ ଲଢିବାର ସମ୍ଭାବନା ରହିଛି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶନିବାର କହିଥିଲେ ଯେ ଦଳ କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶର ଆମେଥି ଏବଂ ରାୟବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ଉତ୍ତରପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଏବଂ ବିଧାୟକ ଦଳ ନେତା ଆରାଧନା ମିଶ୍ର ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି ଯେ ରାହୁଲ ଗାନ୍ଧୀ ଆମେଥିରୁ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାୟବରେଲିରୁ ନିର୍ବାଚନ ଲଢ଼ିବା ଉଚିତ।
ରାହୁଲ ଗାନ୍ଧି ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଆମେଥିରୁ ଲୋକସଭା ସଦସ୍ୟ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାହୁଲ ଗାନ୍ଧି କେରଳର ୱାୟନାଡରୁ ଲୋକସଭା ନିର୍ବାଚନ ଲଢୁଛନ୍ତି, ଯେଉଁଠାରେ ଶୁକ୍ରବାର ମତଦାନ ଶେଷ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-29-at-19.57.34.jpeg)