ନୂଆଦିଲ୍ଲୀ: ସରକାର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କ ବିେରାଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ତେବେ ରାହୁଲଙ୍କ ଏଭଳି କାର୍ଯ୍ୟରେ ଚିନ୍ତା କରିବା ଉଚିତ ନୁହେଁ, ବରଂ ତାଙ୍କର ପ୍ରତିଟି କଥାର ମଜା ନେବା ଆବଶ୍ୟକ। ବିଜେପି କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଭଳି ପରାମର୍ଶ ଦେଇଛନ୍ତି। ରାହୁଲ ଲୋକଙ୍କୁ ବୋକା ବନାଇବା ପାଇଁ ବିଭିନ୍ନ କଥା କହୁଛନ୍ତି। ଲୋକମାନେ ମଧ୍ୟ ଏହା ଜାଣିପାରି ଏହାର ଆନନ୍ଦ ଉଠାଉଛନ୍ତି। ମଧ୍ୟପ୍ରଦେଶର ପ୍ରତି ଜିଲ୍ଲାରେ ମୋବାଇଲ୍ କାରଖାନା ବସାଇବା ପାଇଁ ରାହୁଲ ନିଜ ନିର୍ବାଚନୀ ପ୍ରଚାରରେ ଘୋଷଣା କରିଥିବା କଥା ବିଜେପି କର୍ମୀ ଉଠାଇବା ପରେ ମୋଦୀ କହିଛନ୍ତି ରାହୁଲଙ୍କ ଏଭଳି ଘୋଷଣାରେ ଆଦୌ ବିଚଳିତ ହେବା ଉଚିତ ନୁହେଁ। ବରଂ ସେ ଯାହା ବି କହୁଛନ୍ତି, ତାହାକୁ ଉପଭୋଗ କରିବା ଉଚିତ। ମଧ୍ୟ ପ୍ରଦେଶର ମଛ୍ଲିସହର, ରାଜସମନ୍ଦ, ମହାସମୁନ୍ଦ୍, ସତ୍ନା ଓ ବେତୁଲ୍ ସଂସଦୀୟ ନିର୍ବାଚନ ମଣ୍ଡଳୀର କର୍ମୀମାନଙ୍କ ସହ ଏକ ଭିଡିଓ କନ୍ଫରେନ୍ସିଂ ଆଲୋଚନା ବେଳେ ମୋଦୀ ଏଭଳି କହିଛନ୍ତି। ମୋଦୀ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, ଗ୍ରାମ୍ଫୋନ୍େର ବେଳେବେଳେ ପିନ୍ ଲାଖିଯିବା ପରେ ଗୋଟିଏ କଥା ବାରମ୍ବାର ଶୁଣିବାକୁ ମିଳିଥାଏ। ଗ୍ରାମ୍ଫୋନ୍ ଭଳି କିଛି ଲୋକ (ରାହୁଲ) ଅଛନ୍ତି, ଯାହାଙ୍କର ପିନ୍ ଲାଖିଯାଇଛି ଏବଂ ସେମାନେ ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି। ନିର୍ବାଚନ ସମୟରେ ଏଭଳି କଥାକୁ ଉପଭୋଗ କରିବା ଉଚିତ ବୋଲି ମୋଦୀ କହିଛନ୍ତି।
ରାହୁଲଙ୍କ କଟାକ୍ଷ ନେଇ କର୍ମୀଙ୍କୁ ମୋଦୀଙ୍କ ପରାମର୍ଶ
ଚିନ୍ତା କରନି, ତାଙ୍କ କଥାର ମଜା ନିଅ
/sambad/media/post_attachments/wp-content/uploads/2018/11/modir-1527182756.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)