ଗଡ୍‌ସେ, ମୋଦୀ ସମାନ ଆଦର୍ଶରେ ବିଶ୍ବାସ କରନ୍ତି: ରାହୁଲ ଗାନ୍ଧି

ୱାୟନାଡ: କଂଗ୍ରେସ ନେତା ରାହୁଲ ଗାନ୍ଧି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌‌ସେ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁଳନା କରିଛନ୍ତି। ଉଭୟ ସମାନ ଆଦର୍ଶରେ ବିଶ୍ବାସ କରନ୍ତି ବୋଲି ରାହୁଲ କହିଛନ୍ତି। ଗାନ୍ଧୀଜୀଙ୍କ ତିରୋଧାନ ଦିବସ ଅବସରରେ କେରଳର କଲପେଟ୍ଟାରେ ଆୟୋଜିତ ସିଏଏ ବିରୋଧୀ ରୢାଲିରେ ଯୋଗଦେଇ ରାହୁଲ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ବାନ ଜଣାଇଥିଲେ। ନାଥୁରାମ୍‌ ଗଡ୍‌ସେଙ୍କ ଚିନ୍ତାଧାରା ଯାହାଙ୍କ ଆଦର୍ଶ, ସେମାନେ ଗାନ୍ଧୀଙ୍କୁ ନେଇ ଜନମାନସରେ ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ରାହୁଲ ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ‌ଭାରତୀୟଙ୍କୁ ଭାରତୀୟ ବୋଲି ପ୍ରମାଣ ମାଗିବାକୁ ମୋଦୀ କିଏ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର